ଆସନ୍ତା ୧୨ ତାରିଖରେ ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ

କରୋନା ମହମାରୀ ସମୟରେ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷାବ୍ୟବସ୍ଥା। ତେବେ ଆଗାମୀ ଦିନରେ ରାଜ୍ୟର ବିଶ୍ବବିଦ୍ୟାଳୟରେ କିପରି ପାଠପଢା ହେବ ଓ ପରୀକ୍ଷା କରାଯିବ ସେ ଲାଗି ଉଚ୍ଚଶିକ୍ଷା ବିଭାଗର ମୁଣ୍ଡ ବ୍ୟଥା ହେଲାଣି । ସେଥିଲାଗି ଆସନ୍ତା ୧୨ ତାରିଖରେ ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ଭର୍ଚୁଆଲରେ ସ୍ନାତକ ଓ ସ୍ନାତକୋତ୍ତର ପାଠପଢା ତଥା ପରୀକ୍ଷା ନେଇ ରାଜ୍ୟ ଆଲୋଚନା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଲକ୍‌ଡାଉନ ବେଳେ ଏହି ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ବିଶ୍ବବିଦ୍ୟାଳୟର ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ । ପରେ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ । ଏହାପରେ ବିଭାଗ ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.