ଶିଶୁଙ୍କ ଚିକିତ୍ସା ସମ୍ବନ୍ଧିତ ଗାଇଡଲାଇନ୍ ଜାରି

କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଶିଶୁମାନେ ଟିକା ନେଇନଥିବାରୁ ଭୟ ବେଶି ରହିଥିବା କୁହାଯାଉଛି ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିଲାଗି ସରକାର ଶିଶୁଙ୍କ ଚିକିତ୍ସା ସମ୍ବନ୍ଧିତ ଗାଇଡଲାଇନ୍ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶିଶୁଙ୍କୁ ରେମଡିସିଭିର ଇଞ୍ଜେକ୍ସନ ନଦେବାକୁ ପରାମର୍ଶ ଦିଆଯାଇଛି । ଗାଇଡଲାଇନରେ କୁହାଯାଇଛି ଯେ, ଚିକିତ୍ସା ସମୟରେ ଷ୍ଟେରଏଡ ବ୍ୟବହାର ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଏହାର ବ୍ୟବହାର ସଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହ ଡାକ୍ତରୀ ପରାମର୍ଶ ବିନା ଷ୍ଟେରଏଡ ବ୍ୟବହାର କରାନଯିବା ଉଚିତ । ଏହା ବ୍ୟତୀତ ସିଟି ସ୍କାନକୁ ଠିକ୍ ଉପାୟରେ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଗାଇଡଲାଇନରେ କୁହାଯାଇଛି, ପିଲାମାନଙ୍କର ସିଟି ସ୍କାନ ସମୟରେ ଡାକ୍ତରମାନେ ଅଧିକ ସଚେତନ ହେବା ଉଚିତ୍ । ଅନ୍ୟପକ୍ଷରେ ରିମଡେସିଭିର୍ ଇଞ୍ଜେକ୍ସନ୍ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ରହିଛି । ଏଫିକେସି ଡାଟାର ଅଭାବ ହେତୁ ଏହାକୁ ପିଲାମାନଙ୍କଠାରେ ବ୍ୟବହାର କରାଯିବା ଉଚିତ୍ ନୁହେଁ । ତେବେ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ଥିବା ବେଳେ ଏହା ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.