ସିଲ ହେଲା ପଟିଆ ସ୍ଥିତ ‘ଦ ନନ ଭେଜ ୱାର୍ଲଡ’,୩ଜଣ କର୍ମଚାରୀ ଗିରଫ

କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଗତକାଲି ଠାରୁ ପୋଲିସ୍ କମିଶନରେଟ୍ ପକ୍ଷରୁ ସ୍ପୋଶାଲ ଡ଼ାଇଭ୍ ଆରମ୍ଭ ହୋଇଛି । ଯାହାଫଳରେ କଟକଣାକୁ ଉଲ୍ଲଘଂନ କରୁଥିବା ଅମାନିଆଙ୍କୁ ଗିରଫ କରିବା ସହ ଦୋକାନ ସିଲ୍ କରିବା ପାଇଁ ମଧ୍ୟ କୁହାଯାଇଥିଲା । ତେବେ ଏହି ପରିପେକ୍ଷୀରେ ଆଜି ପଟିଆ ସ୍ଥିତ ‘ଦ ନନ ଭେଜ ୱାର୍ଲଡ’ ଦୋକାନକୁ ସିଲ କରିଛି ବିଏମସି । ଏହି ଦୋକାନ ନିୟମ ଉଂଲଘନ କରି ଉଭୟ ଅନ ଲାଇନ୍ ଓ ଅଫଲାଇନରେ ବିକ୍ରି କରୁଥିଲା । ଫଳରେ ବିଏମସି ଅନିର୍ଦ୍ଧିଷ୍ଠ କାଳ ପାଇଁ ଦୋକାନକୁ ସିଲ କରିଛି ଏବଂ ନିୟମ ଉଲ୍ଲଘଂନ କରିଥିବା ୩ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଦୋକାନଟି ବନ୍ଦ ରହିବା ନେଇ ସୁଚନା ମିଳିଛି । ସୁଚନାଅନୁସାରେ ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାର ପରିଲକ୍ଷିତ ହୋଇଛି । ପୂର୍ବରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଅଧା କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଆଜି ୫,୨୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଥିବା ବେଳେ କିଛି ଅମାନିଆଙ୍କ ପାଇଁ ଏହା ପୁଣି ଥରେ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି । 

Leave A Reply

Your email address will not be published.