ପୋଲିସ ଓ ମାଓବାଦୀ ଗୁଳିବିନିମୟରେ କ୍ୟାଡର ମାଓବାଦୀ ନିହତ

fulbani poura parisada

ବରଗଡ଼ ଜିଲା ପଦ୍ମପୁରରେ ଜଣେ ସିନିୟର କ୍ୟାଡର ମାଓବାଦୀ ଶୁକ୍ରବାର ନିହତ ହୋଇଥିବା ଡିଜିପି ଅଭୟ ସୂଚନା ଦେଇଛନ୍ତି । ପୋଲିସ ମାଓବାଦୀ ଗୁଳି ବିନିମୟରେ ଏହି କ୍ୟାଡର ମାଓବାଦୀଙ୍କ ନିହତ ହୋଇଛି ।ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏସ୍‌ଓଜି ଓ ପୋଲିସର ମିଳିତ ଅପରେଶନରେ ଏହି ସଫଳତା ମିଳିଥିବା ଡିଜିପି ଅଭୟ ସୂଚନା ଦେଇଛନ୍ତି। ଏହି ଅପରେଶନରେ ବିଭିନ୍ନ ମାରଣାସ୍ତ୍ର ଓ ଏକେ ୪୭ ଜବତ ହୋଇଛି। ଡିଜିପି ଅଭୟ କହିଛନ୍ତି, ମାଓବାଦୀଙ୍କ ସଂଗଠନରେ ସାଧାରଣତଃ ସିନିୟର କ୍ୟାଡରମାନେ ଏକେ ୨୭ ବନ୍ଧୁକ ବ୍ୟବହାର କରନ୍ତି। ତେଣୁ ମୃତ ମାଓବାଦୀ ଜଣେ ସିନିୟର କ୍ୟାଡର ବୋଲି ଅନୁମାନ କରାଯାଉଛି। ତେବେ ମୃତ ମାଓବାଦୀର ପରିଚୟ ସ୍ପଷ୍ଟ ହୋଇପାରିନି।ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ମାଓବାଦୀମାନଙ୍କୁ କହିଛନ୍ତି। ଡିଜିପି କହିଛନ୍ତି, ମାଓବାଦୀମାନେ ହିଂସାର ମାର୍ଗ ଛାଡ଼ି ଭାରତୀୟ ଗଣତନ୍ତ୍ରର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ସେମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଏକ ଉଦାର ଥଇଥାନ ନୀତି ରହିଛି ଓ ସେମାନେ ଏହାର ଉପଯୋଗ କରନ୍ତୁ।

057 code kasam
Leave A Reply

Your email address will not be published.