ଆସୁଛି ତୃତୀୟ ଲହର ଏବେ ଫୋକସରେ ପିଲାଙ୍କ ଟୀକାକରଣ

fulbani poura parisada

ଓଡ଼ିଶା ସମାଚାର ବ୍ୟୁରୋ : କରୋନାର ଦ୍ୱିତୀୟ ଲହରର ଭୟବହତା ଭିତରେ ଏବେଠୁ ଭୟ ବଢାଇଛି ତୃତୀୟ ଲହର ଭୟ । ପ୍ରଥମ ଲହର ଠାରୁ କରୋନାର ଦ୍ୱିତୀୟ ଲହରର ଯେଉଁଭଳି ଭୟଙ୍କର ତାଣ୍ଡବ ରଚିଛି ତାହାକୁ ନେଇ ଏବେ ଠାରୁ ତୃଥୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବହୁ ବଡ ବଡ ଦେଶ । ବିଶେଷଜ୍ଞ ମାନଙ୍କ ମତରେ କରୋନାର ତୃତୀୟ ଲହର ସବୁଠାରୁ ଅଧିକ ଛୋଟ ପିଲାଙ୍କ ଉପରେ ପ୍ରଭାବ ପକାଇପାରେ । ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନଙ୍କ ପ୍ରତି ଅଧିକ ବିପଦ ରହିଛି ତେଣୁ ଏବେ ଠାରୁ ସତର୍କ ରହିବା ଆବଶ୍ୟକ । ଏଭଳି ସ୍ଥିତିରେ ବିଶ୍ୱର ବହୁ ବଡ ବଡ ଦେଶ ଏବେ ନିଜ ଦେଶରେ ଛୋଟ ପିଲାଙ୍କ ଟୀକାକରଣ କୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ଏମିତିକି ଅନେକ ଦେଶରେ ଏବେ ପିଲାଙ୍କ ଟୀକାକରଣ ଆରମ୍ଭ ମଧ୍ୟ ହୋଇଗଲାଣି ।  ସୂଚନା ଅନୁସାରେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ରୁ ଅନୁମତି ପାଇବା ପରେ, ମେ ମାସ ମଧ୍ୟଭାଗରୁ ଆମେରିକାରେ ୧୨ ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ ଫାଇଜର ଟିକା ଦିଆଯିବା ଆରମ୍ଭ ହୋଇଛି । ଏଥିସହ ଚିଲି, କାନାଡା, ଜାପାନ ଏବଂ ଇଟାଲୀ ସରକାର ମଧ୍ୟ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଫାଇଜର ଟିକା କୁ ଅନୁମୋଦନ କରିଛନ୍ତି । ଏଥି ସହିତ ଦୁବାଇ ଏବଂ ଫିଲିପାଇନ୍ସ ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଟିକାକୁ ଅନୁମୋଦନ ମିଳିସାରିଛି । ତେବେ ଭାରତରେ ମଧ୍ୟ ଛୋଟ ପିଲାଙ୍କ ଟୀକାକରଣ କୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଏବେ ଭାରତରେ କୋଭାକ୍ସିନ୍ ଟୀକା କୁ ପିଲାଙ୍କ ଠାରେ ପରୀକ୍ଷଣ କରାଯାଉଛି ଏବଂ ଏହି ପରୀକ୍ଷଣ ସଫଳତା ଦିଗରେ ଅତିକ୍ରମ କରୁଥିବାର ମଧ୍ୟ ସୂଚନା ମିଳୁଛି ଯାହାୁ ନେଇ ଆଶା କରାଯାଉଛି ଯେ ଖୁବ୍ କମ୍ ଦିନ ମଧ୍ୟରେ ଭାରତରେ ବି ଛୋଟି ପିଲାଙ୍କୁ ଟୀକା ଦିଆଯିବ ଆରମ୍ଭ ହେବ । 

057 code kasam
Leave A Reply

Your email address will not be published.