ରାଜ୍ୟକୁ ଫେରୁଛି ଗ୍ରୀନ୍ ଜୋନ୍ କମୁଛି ରେଡ଼୍ ଜୋନ୍

ଓଡ଼ିଶା ସମାଚାର ବ୍ୟୁରୋ : ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥତା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେଣୁ ରାଜ୍ୟକୁ ଧିରେ ଧିରେ ଗ୍ରୀନ୍ ଜୋନ୍‌କୁ ଫେରିବାରେ  ଲାଗିଛି । ପୁର୍ବରୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୧୨ ହଜାର ଥିବା ବେଳେ ଏହା ଧିରେ ଧିରେ ୪ ହଜାର ତଳକୁ ଖସିଆସିଲାଣି । ଯାହା ବର୍ତମାନ ସମୟରେ ଆଶ୍ୱସ୍ତିକର ଖବର ପାଲଟିଛି । ଦେଖିବାକୁ ଗଲେ ବର୍ତ୍ତମାନ ରାଜ୍ୟର ୧୨ ଜିଲ୍ଲା ଗ୍ରୀନ ଜୋନରେ ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ମାଲକାନଗିରି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ରହିଛି । ସବୁଜ କ୍ଷେତ୍ରରେ ଭିତରେ ଅଛି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା । ରେଡ୍ ଜୋନରେ ୯ ଜିଲ୍ଲା ଉପକୂଳ ଓଡ଼ିଶା ଜିଲ୍ଲାରେ କରୋନା ମୁକିବାଲି ଏବେ ବି ଚିନ୍ତାଜନକ । ରେଡ୍ ଜୋନରେ ଅଛି ରାଜ୍ୟର ୯ ଜିଲ୍ଲା । ଏସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୋଳ ଜିଲ୍ଲା । ରେଡ୍ ଜୋନ୍ ଜିଲ୍ଲାରେ ଆକ୍ଟିଭ୍ କେସ୍ ୨୫ଶହରୁ ଅଧିକ । ମୁକାବିଲାରେ ଏସବୁ ଜିଲ୍ଲା ପ୍ରତି ଅଧିକ ଫୋକସ କରିବାକୁ ହେବ । ୟେଲୋ ଜୋନରେ ୯ ଜିଲ୍ଲା ୯ଟି ଜିଲ୍ଲା ସୁନ୍ଦରଗଡ଼, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କେନ୍ଦ୍ରାପଡ଼ା, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ୟେଲୋ ଜୋନରେ ଅଛନ୍ତି । ଆସନ୍ତା ୧୭ ତାରିଖ ପରେ ସରକାର ପର‌୍ୟ୍ୟାୟ କ୍ରମେ ଅନଲକ୍ କରି ପାରନ୍ତି । ଏତିକିବେଳେ ସଂକ୍ରମଣ ହାର କମ୍ ଥିବା ଜିଲ୍ଲାରେ ଅନଲକ୍ ନେଇ ସରକାର ବିଚାର କରୁଛନ୍ତି 

Leave A Reply

Your email address will not be published.