ପୁଣି ନୟାଗଡରେ ଆଉ ଜଣେ ପରୀର ମିଳିଲା ଗଳିତ ଖଣ୍ଡବିଖଣ୍ଡିତ ମୃତଦେହ

fulbani poura parisada

ନୟାଗଡ, ଗତ ଜୁନ୍ ୧୨ରେ ନିଖୋଜ ହୋଇଯାଇଥିବା ନୟାଗଡ଼ ଜିଲ୍ଲାର ବାନିଗୋଚା ପୋଲିସ ସୀମା ଅନ୍ତର୍ଗତ ଧୁଣ୍ଡୁଗଡିଆ ଗାଁର ଜଣେ ଛଅବର୍ଷର ବାଳିକା ମୃତଦେହ ସ୍ଥାନୀୟ ଅଞ୍ଚଳର ଏକ ଜଙ୍ଗଲରେ ଗଳିତ ଅବସ୍ଥାରେ ଉଦ୍ଧାର ହୋଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ମୃତଦେହର ମୁଣ୍ଡ ଓ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପୋଲିସ ଉଦ୍ଧାର କରିଛି। ଏହି ସଂପର୍କରେ ପଚରାଉଚରା ପାଇଁ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ନୟାଗଡ଼ ଏସପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ବିବରଣୀ ପ୍ରକାଶ କରିବେ। ଗାଁ ରାସ୍ତାରେ ଖେଳୁଥିବାବେଳେ ଝିଅଟି ନିଖୋଜ ହୋଇଯାଇଥିଲା। ଅଭିଯୋଗ ହୋଇଛି ଯେ ଦୁଇ ଅଭିଯୁକ୍ତ ମୋବାଇଲ୍ ଫୋନରେ ଝିଅକୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ।

057 code kasam
Leave A Reply

Your email address will not be published.