ଓଡ଼ିଶା ସମାଚାର : ଦେଶରେ ୬ ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ଏଭଳି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ । ସେ କହିଛନ୍ତି କି ତୃତୀୟ ଲହରରୁ ବଞ୍ଚିବା ବଡ ମୁସ୍କିଲ । ମାର୍ଚ୍ଚରୁ ସାରା ଦେଶରେ ଆରମ୍ଭ ହୋଇଥିଲା ଲକଡାଉନ୍ ଏବେ ଧିରେ ଧିରେ ଅନଲକ୍ ହେବାରେ ଲାଗିଛି । ଅନ୍ୟପଟେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି । ସେମାନେ କହିଛନ୍ତି କି ଯେତେବେଳେ ଆମେ ଅନଲକ୍ ଆରମ୍ଭ କରୁଛୁ ସେତେବେଳେ ଲୋକମାନଙ୍କ ଭିତରେ କରୋନା କଟକଣା ହଟି ଯାଉଛି । ଫଳରେ କୋଭିଡ ସଂକ୍ରମଣ ପୁଣି ଆରମ୍ଭ ହେବାର ଆଶଂକା ଦେଖା ଦେଉଛି । ଅନ୍ୟପଟେ ବିଶେଷଜ୍ଞମାନଙ୍କ ମତରେ ଆଶା କରାଯାଉଥିବା ସମୟ ପୂର୍ବରୁ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆସିପାରେ । ବିଶେଷଜ୍ଞ ମାନେ କହିଛନ୍ତି କି ମହାରାଷ୍ଟ୍ରରେ କରୋନା କଟକଣାର ସାମାନ୍ୟ ଢିଲା କରିବା ପରେ ଗହଳି ବଢୁଛି । ଏହାଦ୍ୱାରା ସଂକ୍ରମିତ ମାନଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଏହାସହ ମହାରାଷ୍ଟ୍ରରେ ଆକ୍ଟିଭ ମାମଲା ୮ ଲକ୍ଷ ପାର ହେବ ବୋଲି ଆଶଂକା କରାଯାଇଛି ।