ବରଗଡରୁ ଜବତ୍ ହେଲା ବିପୁଳ ପରିମାଣର କଫସିରପ୍‌

ବୌଦ୍ଧ : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନିଶା ଦ୍ରବ୍ୟ କାରବାର । ଏମିତି କି କଫସିରପ୍ ଓ ଅନ୍ୟ ନିଶା ବଟିକା ଚୋରା ଚାଲାଣ ମଧ୍ୟ ବଢି ବଢି ଚାଲିଛି । ବରଗଡ ଜିଲ୍ଲାରୁ ଗତ କିଛି ଦିନ ହେବ କଫସିରପ୍ ଚୋରା କାରବାର ବେଧଡକ୍ ଭାବରେ ଚାଲିଛି । ଆଜି ପୁଣି ବରଗଡ ଜିଲ୍ଲା ଅତାବିରା ପୋଲିସ୍ ଦ୍ୱାରା ବିପୁଳ ମାତ୍ରାରେ କଫସିରପ୍ ଜବତ କରାଯାଇଛି । ସୂଚନା ଅନୁସାରେ ଅତାବିରା ଥାନା ନିକଟସ୍ଥ ପାହାଡ ଶ୍ରୀଗଡା ଗ୍ରାମର ଦୁଇ ଜଣ ଯୁବକଙ୍କ ଠାରୁ ଲହି ବିପୁଳ ପରିମାଣର କଫସିରପ୍ ଜବତ କରାଯାଇଛି । ଦୁଇ ଜଣ ଯୁବକ ନିଜ ଘରେ କଫସିରଫ ସମେତ ଅନ୍ୟ ନିଶା ବଟିକା ମଧ୍ୟ ଚୋରା କାରବାର କରୁଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପ୍ଧବ ଚଢାଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଅନ୍ୟପଟେ କଫସିରପ୍ ତିଆରି କରୁଥିବା କମ୍ପାନୀ ଉପରେ ମଧ୍ୟ ଅତାବିରା ପୋଲିସ୍ ଚଢାଉ କରି ବିଭିନ୍ନ ନିଶା ଯୁକ୍ତ ଲିକ୍ୟୁଡ୍ ଓ କଫସିରପ୍ ଜବତ୍ କରିଥିବା ଜଣା ପଡିଛି । ବର୍ତମାନ ପୋଲିସ୍ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।

Leave A Reply

Your email address will not be published.