ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା।  ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ମନ୍ଦିର ଚତୁପାର୍ଶ୍ୱ, ରଥଦାଣ୍ଡ ସମେତ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ସଂଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି ଧାରା ୧୪୪ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ କରାଯିବ। ତେବେ ବଳଦେବଜୀଉଙ୍କ ନୀତିକାନ୍ତି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପନ କରିବାକୁ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ମନ୍ଦିର ଠାରୁ ୧ କିଲୋମିଟର ପର୍ଯ୍ୟନ୍ତ କୌଣସି ପ୍ରକାର ଭିଡ଼ ଅଥବା କୋଳାହଳ କରିବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ  । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.