ପୁଣି ବନ୍ଦ ହେଲା ୟୁନିଟ୍ ୧ ହାଟ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହାର କମିଥିଲେ ବି ଏବେବି ଡେଞ୍ଜର ଜୋନ୍ ରେ ରହିଛି ରାଜଧାନୀ ଭୁବନେଶ୍ୱର ଏଭଳି ସ୍ଥିତିରେ ରାଜଧାନୀ ର ପ୍ରମୁଖ ହାଟ ଗୁଡିକରେ ଜମୁଛି ଅହେତୁକ ଭିଡ ଖୋଲା ଖୋଲି ଭାବରେ କୋଭିଡ୍ ନିୟମର ଉଲଘଂନ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ପୁଣି କଠୋର ହୋଇଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ୍ ନିୟମ ଉଲଘଂନ ହେତୁ ବର୍ତମାନ ପୁଣି ବନ୍ଦ ହେଲା ୟୁନିଟ୍ ୧ ହାଟ । କଟକଣା ସତ୍ତ୍ୱେ ନା ଲୋକେ ମାନୁଛନ୍ତି ନା ବ୍ୟବସାୟୀ ତେଣୁ ବିଏମସି ପକ୍ଷରୁ ଭୁବନେଶ୍ୱର ୟୁନିଟ୍ ୧ ଭିତର ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଉଭୟ ହେଲସେଲ ଓ ରିଟେଲର ବ୍ୟବସାୟୀ ମାନଙ୍କ ପାଇଁ ହାଟ ବନ୍ଦ କରାଯାଇଛି । ନିୟମ ଉଲଘଂନ ହେତୁ କୋଙିଡ୍ ସଂକ୍ରମଣ ବଢିବା ଆଶଙ୍କାରେ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। କେବଳ ଭିତର ହାଟ ଉପର ବିଏମସି କଟକଣା ଲଗାଇଥିବା ବେଳେ ପରିବା ହାଟ ପୂର୍ବ ଭଳି ଖୋଲା ରହିବ । ବାହାର ହାଟ ମଧ୍ୟ କଟକଣା ମଧ୍ୟରେ ଖୋଲିପାରିବେ ମାତ୍ର ସାମାନ୍ୟ ନିୟମର ଉଲଘହନ ହେଲା ବାହାର ହାଟ ମଧ୍ୟ ସିଲ୍ ହେବ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.