କୋଭିଡ ନିୟମ ଭାଙ୍ଗୁଛନ୍ତି ମନ୍ତ୍ରୀ

ଆଠଗଡ଼ : କୋଭିଡ ନିୟମ ପାଳନ ନିମନ୍ତେ ରାଜ୍ୟ ସରକାର ସମସ୍ତଙ୍କୁ ଅନୁରୋଧ କରୁଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଜଣେ ଆଗ ଧାଡ଼ିର ନେତା ଏହାକୁ ଖୁଲମଖୁଲା ଉଲ୍ଲଘଂନ କରିଛନ୍ତି।  ଆଠଗଡ ବିଧାୟକ ତଥା ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଏନେଇ ବିଜେପିର ଜିଲ୍ଲା ସଂପାଦକ ରାମନାରାୟଣ ମହାନ୍ତି  ଥାନାରେ ଏତଲା ଦେଇଛନ୍ତି। କୋଭିଡ୍ ନିୟମାବଳୀ ଉଲ୍ଲଂଘନ କରି ଆଠଗଡ଼ ଏନ୍ଏସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗ ଦେଇଥିଲେ । ଏଥିରେ ସେ ୧୬୩ ଜଣ ଉଠା ଦୋକାନୀଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୮ ଟି ଓ୍ଵାର୍ଡର ୨୮୧ ଜଣ  ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ବାସଗୃହ ପାଇଁ  କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।  ଏପରି ସମୟରେ ମନ୍ତ୍ରୀ ଅଧିକାଂଶ  ମନ୍ତ୍ରୀ ଓ ଏନ୍ଏସି ନିର୍ବାହୀ ଅଧିକାରୀ କୋଭିଡ୍ ନିୟମ ଭାଙ୍ଗି ଲୋକଙ୍କୁ ଏକାଠି କରିଥିବାରୁ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ସହ ଥାନାରେ ଏତଲା ଦେଇଛି ବିଜେପି ।

Leave A Reply

Your email address will not be published.