ଆଶ୍ରମରେ ଚାଲିଥିଲା ଗଞ୍ଜେଇ କାରବାର

ସମ୍ବଲପୁର : ଆଶ୍ରମରେ ଚାଲିଥିଲା ଗଞ୍ଜେଇ କାରବାର। ପୁଲିସ୍‌ ଚଢ଼ାଉ କରି ଆଶ୍ରମରୁ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ବାବାଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ସମ୍ବଲପୁର ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଛି। ନାକଟିଦେଉଳ ଥାନା ଅଞ୍ଚଳରେ ଥିବା  ଚହଟପଦା ଗାଁସ୍ଥିତ ପଞ୍ଚୁପାଣ୍ଡବ କ୍ରିଡ଼ା ସ୍ଥଳୀ ଆଶ୍ରମରେ ଗଂଜେଇ କାରବାର ଚାଲିଥିବା ପୁଲିସ୍‌ ଖବର ପାଇଥିଲା। ଏହାପରେ ଚଢ଼ାଉ କରି ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି। ଏହି ମାମଲାରେ ଆଶ୍ରମ ମୁଖ୍ୟ ବାବାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ବାବା ଫୁଲବାଣୀରୁ ଗଞ୍ଜେଇ ଆଣି ଦଲାଲଙ୍କ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଗଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ମାମଲାରେ ଅଧିକ ଛାନଭିନ୍‌ ଚଳାଇଛି ପୋଲିସ ।

Leave A Reply

Your email address will not be published.