ଲକଡାଉନରୁ ମୁକ୍ତି ପାଇବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌-୧୯ ଭାଇରସର ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। ଡେଲଟା ପ୍ଲସ୍ ଭାରିଏଣ୍ଟର ଭୟାବହତା ସେତେ ନାହିଁ । ଆଗକୁ ରାଜ୍ୟରେ ସଂକ୍ରମଣ ହାର ଆହୁରି କମିବ ଓ ଲକଡାଉନରୁ ରାଜ୍ୟ ମୁକ୍ତି ପାଇବ ବୋଲି ଡାକ୍ତର ମିଶ୍ର କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମିଶ୍ର କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଏପର୍ଯ୍ୟନ୍ତ ଡେଲଟା ପ୍ଲସ ଭାରିଏଣ୍ଟକୁ ମାରାତ୍ମକ ବୋଲି କହିନାହିଁ। ଡେଲଟା ପ୍ଲସ୍ ସଂକ୍ରମିତ ସଂଖ୍ୟା କମ୍ ଅଛି। ରାଜ୍ୟରେ ସଂକ୍ରମିତ ମାମଲା ହ୍ରାସ ପାଉଛି, ତେଣୁ ଡେଲଟା ପ୍ଲସ ଭୟାବହତା ସେତେ ନାହିଁ। ତେଣୁ ଭୟଭୀତ ନହୋଇ ସତର୍କ ରହିବାକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ, ଦୁଇଟି ଡୋଜ୍ ଟିକା ନେଇ ସଂକ୍ରମିତ ହେଲେ ମେଡିକାଲ ଯିବାର ଆବଶ୍ୟକତା ନାହିଁ। ଗୋଟିଏ ଡୋଜ୍ ନେବାପରେ ଶରୀରରେ ୭୦ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.