ରାଜ୍ୟ ବିଦ୍ୟୁତ୍ ବିଭାଗର ବିଫଳତାକୁ ନେଇ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ବିଭାଗ ଫେଲ ମାରିଛି। ବିଦ୍ୟୁତ୍ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗକୁ ରାଜ୍ୟ ସରକାର ଘରୋଇ କମ୍ପାନୀକୁ ବିକ୍ର କରିଦେଇଥିବା ବେଳେ ଅଘୋଷିତ ବିଜୁଳିକାଟ ସମସ୍ୟା ରାଜ୍ୟବାସୀଙ୍କୁ ଭୋଗିବାକୁ ପଡୁଛି। ରାଜ୍ୟରେ ନିଅଣ୍ଟିଅ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସମୟରେ ଗରମ ଗୁଳୁଗୁଳି ଅତିଶୟ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ କୃଷିକ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି। ଏହିଭଳି ପୁଳାପୁଳା ଅଭିଯୋଗ ନେଇ ରାଜ୍ୟ ବିଜେପି ଆଜିଠାରୁ ରାଜ୍ୟର ସବୁ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିବ। ଏହା ସହିତ ଲଗାତାର ଭାବରେ ରାଜ୍ୟ ବାତ୍ୟା ଭଳି ବିପର୍ଯ୍ୟୟର ସମମ୍ନା କରୁଥିବା ବେଳେ ଭିତ୍ତୀଭୁମି ସଜାଡିବା କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି ସେଗୁଡିକର ସ୍ୱେତପତ୍ର ମଧ୍ୟ ଦାବି କରିଛି ବିଜେପି।

Leave A Reply

Your email address will not be published.