କମୁଛି ସଂକ୍ରମଣ ବଢୁଛି ମୃତ୍ୟୁସଂଖ୍ୟା

ଭୁବନେଶ୍ୱର : କରୋନାରେ ଆଉ ୬୫ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୯୫ରେ ପହଁଚିଛି । ଏଯାବତ ରାଜ୍ୟରେ ୯ ଲକ୍ଷ ୪୫ ହଜାର ୭୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯ ଲକ୍ଷ ୧୮ ହଜାର ୪୧ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବାଲେଶ୍ୱରରେ ୨, ବରଗଡ଼ରେ ୧୦, ଭଦ୍ରକରେ ୧, ଢେଙ୍କାନାଳରେ ୧, ଗଜପତିରେ ୩, ଗଞ୍ଜାମରେ ୨, ଜଗତସିଂହପୁରରେ ୧, ଝାରସୁଗୁଡ଼ାରେ ୨, ଖୋର୍ଦ୍ଧାରେ ୨୦, ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୪, ସୁନ୍ଦରଗଡ଼ରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୯, ବାଲେଶ୍ୱରରେ ୧୧୫, ବରଗଡ଼ରେ ୩୮, ଭଦ୍ରକରେ ୧୧୦, ବଲାଙ୍ଗୀରରେ ୧୭, ବୌଦ୍ଧରେ ୧୨, କଟକରେ ୨୮୩, ଦେବଗଡ଼ରେ ୩, ଢେଙ୍କାନାଳରେ ୬୧, ଗଜପତିରେ ୩, ଗଞ୍ଜାମରେ ୫, ଜଗତସିଂହପୁରରେ ୯୯, ଯାଜପୁରରେ ୧୨୦, ଝାରସୁଗୁଡ଼ାରେ ୫, କଳାହାଣ୍ଡିରେ ୫, କନ୍ଧମାଳରେ ୧୯, କେନ୍ଦ୍ରାପଡ଼ାରେ ୫୮, କେନ୍ଦୁଝରରେ ୪୬, ଖୋର୍ଦ୍ଧାରେ ୪୪୩, କୋରାପୁଟରେ ୧୦, ମାଲକାନାଗିରିରେ ୪୭, ମୟୂରଭଞ୍ଜରେ ୧୧୫, ନବରଙ୍ଗପୁରରେ ୧୦, ନୟାଗଡ଼ରେ ୫୮, ନୂଆପଡ଼ାରେ ୪, ପୁରୀରେ ୧୩୩, ରାୟଗଡ଼ାରେ ୧୬, ସମ୍ବଲପୁରରେ ୩୦, ସୋନପୁରରେ ୯, ସୁନ୍ଦରଗଡ଼ରେ ୫୬ ଓ ରାଜ୍ୟ ପୁଲରେ ୮୫ ଜଣ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.