ଆଜି କେନ୍ଦ୍ର କ୍ୟବିନେଟ ବୈଠକ, ଏକ ବର୍ଷ ମଧ୍ୟରେ ପ୍ରଥମ ଶାରୀରିକ ବୈଠକ

ନୁଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ, ଯାହା ପ୍ରାୟ ଏକ ବର୍ଷ ମଧ୍ୟରେ ପ୍ରଥମ ଶାରୀରିକ ବୈଠକ। ସକାଳ ୧୧ ଟାରୁ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ଗତ ବର୍ଷ ଏପ୍ରିଲରୁ କରୋନାଭାଇରସ୍ ମହାମାରୀ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ କ୍ୟାବିନେଟ୍ ଏକ ଅଫଲାଇନ୍ ସମାବେଶ ପାଇଁ ଏକାଠି ହେବ। ଭିଡିଓ କନଫରେନ୍ସିଂ ଜରିଆରେ ଏପ୍ରିଲରୁ ନିୟମିତ ଭାବେ କ୍ୟାବିନେଟ୍ ବେଠକ ଅନୁଷ୍ଠିତ ହୋଇଆସୁଛି।ଜୁଲାଇ ୧୯ ରୁ ଆରମ୍ଭ ହେବାକୁ ଥିବା ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୁର୍ବରୁ କେନ୍ଦ୍ର କ୍ୟାବିନେଟକୁ  ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ପିଟିଆଇ ରିପୋର୍ଟ କରିଛି।  ସେହିପରି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୪ ଟାରେ ମନ୍ତ୍ରୀ ପରିଷଦର ଏକ ବେଠକରେ ଅଧ୍ୟକ୍ଷତା କରିବାର କାର୍ୟ୍ୟକ୍ରମ ରହିଛି। ସମ୍ପ୍ରତି ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ ପରେ ଏହା ହେଉଛି ଦ୍ୱିତୀୟ ମନ୍ତ୍ରୀ ପରିଷଦ। 

Leave A Reply

Your email address will not be published.