ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି : ଆଜ୍ଞାମାଳ ବିଜେ ପରେ ୩ ରଥଙ୍କ ଦକ୍ଷିଣ ମୋଡ

ଓଡ଼ିଶା ସମାଚାର (ମିନତୀ ବଳ) : ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ୩ ରଥ ଆଜି ଦକ୍ଷିଣମୋଡ଼ ନେଉଛନ୍ତି । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ରଥଟଣା ଆରମ୍ଭ ହୋଇଯାଇଛିି । ଆଜ୍ଞାମାଳ ବିଜେ ପରେ ସେବାୟତ, ପୋଲିସଙ୍କ ସହାୟତାରେ ୩ ରଥକୁ ଶରଧାବାଲିକୁ ଟାଣି ନେଉଛନ୍ତି ।ରଥଯାତ୍ରା ପରଠାରୁ ୩ ରଥ ଉତ୍ତରମୁହାଁ ହୋଇ ରହିଥାନ୍ତି । ୩ ରଥକୁ ଆଜି ଦକ୍ଷିଣମୋଡ ଦେଇ ସୁସଜ୍ଜିତ କରି ବାହୁଡା ଯାତ୍ରା ପାଇଁ ରଖାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୁଡ଼ାନ୍ତ ହୋଇଛି । ଏଥିପାଇଁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି ।

Leave A Reply

Your email address will not be published.