ପଡ଼ୋଶୀ ଦେଶରେ ବଢ଼ୁଛି ସଂକ୍ରମଣ

ଓଡ଼ିଶା ସମାଚାର (ମିନତୀ ବଳ) : ଭାରତରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଯାଉଥିବା ବେଳେ ଦକ୍ଷିଣ ପୂର୍ବ ଏସିଆରେ ସଂକ୍ରମଣ ବଢ଼ି ଚାଲିଛି । ବିଶେଷ କରି ଭାରତର କେତୋଟି ପାଖାପାଖି ଦେଶରେ ସଂକ୍ରମଣ ବଢ଼ୁଥିବାର ଖବର ସାମ୍ନାକୁ ଆସିଛି । ପାକିସ୍ତାନ ଓ ବାଂଲାଦେଶରେ ପୂର୍ବ ଅପେକ୍ଷା ସଂକ୍ରମଣ ବଢ଼ିଛି । ସେହିପରି ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ଥାଇଲାଣ୍ଡରେ ମଧ୍ୟ ସଂକ୍ରମଣର ଅଧିକ ମାମଲା ଚିହ୍ନଟ ହୋଇଛି । ଏପରିକି ବିଶ୍ୱର ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲାରେ ଇଣ୍ଡୋନେସିଆ ୩ଟି ଦେଶ ମଧ୍ୟରେ ରହୁଛି । ଏବେ ସେଠାରେ ଦିନକୁ ପ୍ରାୟ ୫୦ ହଜାର ମାମଲା ଚିହ୍ନଟ ହୋଇଛି । ଇଣ୍ଡୋନେସିଆ ଏବେ ଏସିଆର ସଂକ୍ରମଣ ସ୍ପଟ ପାଲଟିଛି । ୧୫ ଜୁଲାଇରେ ଇଣ୍ଡୋନେସିଆରେ ୫୬ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ମାଲେସିଆରେ ୧୩ ହଜାର, ଥାଇଲାଣ୍ଡରେ ୧୦ ହଜାର, ଭିଏତନାମରେ ୩ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଇଣ୍ଡୋନେସିଆରେ ଏବେ ଆକ୍ଟିଭ କେସ୍ ୫ ଲକ୍ଷ ୪ ହଜାର । ବାଂଲାଦେଶରେ ଏବେ ଆକ୍ଟିଭ କେସ୍ ୧ ଲକ୍ଷ ୫୨ ହଜାର ଥିବା ବେଳେ ପାକିସ୍ତାନରେ ୪୬ ହଜାର, ମାଲେସିଆରେ ୧ ଲକ୍ଷ ୧୪ ହଜାର ଆକ୍ଟିଭ କେସ୍ ରହିଛି । ଥାଇଲାଣ୍ଡରେ ଏବେ ଆକ୍ଟିଭ କେସ୍ ୧ ଲକ୍ଷ ୧୧ ହଜର ଥିବା ବେଳେ ଭିଏତନାମରେ ଆକ୍ଟିଭ କେସ୍ ୩୬ ହଜାର ସକ୍ରିୟ ମାମଲା ରହିଛି ।  କରୋନାର ବିପଦ ଟଳିନାହିଁ ଓ ସତର୍କ ରହିବାକୁ ପଡ଼ିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Leave A Reply

Your email address will not be published.