କନ୍ଧମାଳର ମଉଡ଼ମଣି

ଓଡିଶା ସମାଚାର( ଵାପିସାନ ) : ସେ ଜଣେ ନିର୍ଭୀକ ସାମ୍ବାଦିକ, ସେ ଜଣେ ପର ଉପକାରୀ ମଣିଷ, ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମଣିଷ ନା ତାଙ୍କର ରାଧା ମୋହନ । ସ୍ନେହରେ ସମସ୍ତେ ତାଙ୍କୁ ରାଧା ବୋଲି ଡାକନ୍ତି। ପୁରା ନାମ ରାଧା ମୋହନ ମହାପାତ୍ର। ପଙ୍କ ଗାଡିଆରେ ପଦ୍ମ ସଦୃଶ୍ୟ ପରି ପ୍ରସ୍ଫୁଟିତ ହୋଇଛନ୍ତି କନ୍ଧମାଳରେ । ଏକ ଅବିକଶିତ ଜିଲ୍ଲାରେ ସେ ସାଜିଛନ୍ତି ବିକାଶର ମୁଖ୍ୟ ଧାରା । ତାଙ୍କ ପାଇଁ ଆଜି କନ୍ଧମାଳ ହସୁଛି। ତାଙ୍କ ପାଇଁ ଆଜି କନ୍ଧମାଳର ହଜାର ହଜାର ଗରିବ ଲୋକଙ୍କ ଓଠରେ ଫୁଟି ଉଠିଛି ହସର ଲହରି। କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ସେମିତି ବାସୀ ଛନ୍ତି ରାଧା ମୋହନ। ଛାତ୍ର ଜୀବନରୁ ଜନସେବାକୁ ଏକ ପଣ କରି ନେଇଥିଲେ ରାଧା ମୋହନ। ସେଇ ଜନସେବା ପାଇଁ ଆଜି ସମଗ୍ର କନ୍ଧମାଳ ଜିଲାରେ ଚର୍ଚିତ ବ୍ୟକ୍ତି ବିଶେଷ । କେହି ତାଙ୍କୁ ଡାକୁ ନ ଡାକୁ ବିପତ୍ତି ସମୟରେ ସମସ୍ତଙ୍କ ପାଖରେ ବନ୍ଧୁ ପରି ଛିଡା ହୋଇଥାନ୍ତି ରାଧା ମୋହନ। ନିଜ ସକ୍ଷମ ହିସାବରେ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିଥାନ୍ତି। ବିଶେଷ କରି କନ୍ଧମାଳ ପିପୁଲ ଫୋରମ୍ ବା କେପିଏଫ୍ ସଂଗଠନ ଦ୍ୱାରା ସାହାଯ୍ୟର ହାତ ବଢ଼ାଇଥାନ୍ତି ରାଧା। ଛାତ୍ର ଜୀବନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ମନେ କରୁଥିବା ରାଧା ଭବିଷ୍ୟତ ଜିବନରେ କନ୍ଧମାଳର ମଉଡ଼ମଣି ହେବେ ବୋଲି ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଥିଲା। ଆଉ ଆଜି ତାହା ସତ୍ଯ ହେବାକୁ ମଧ୍ଯ ଯାଉଛି। କନ୍ଧମାଳ ଜିଲା ସାମ୍ବାଦିକ ତା ସହ ସାମାଜ ସେବା ପାଇଁ ସମସ୍ତଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ରାଧା। ଆଜି କାଲିର ସାମ୍ବାଦିକ ପରି ନିଜ ସ୍ୱାର୍ଥ ପାଇଁ ନୂହେଁ ବରଂ ସମାଜର କଲ୍ଯାଣ ପାଇଁ ସାମ୍ବାଦିକ କରୁଛନ୍ତି ରାଧା । ସେଥି ପାଇଁ ତ ଆଜକୁ ୧୧ ବର୍ଷରୁ ଅଧିକ ସମୟ ହେଲା କେବଳ ଗୋଟିଏ ଚ୍ୟାନେଲ(ନକ୍ଷତ୍ର ନ୍ୟୁଜ)ରେ କାର୍ଯ୍ୟ କରି ଆସୁଛନ୍ତି ସେ । ସାମ୍ବାଦିକ ସହ ସାମାଜ ସେବା କ୍ଷେତ୍ରରେ ସାମାଜିକ କାର୍ଯ୍ୟ ହେଉ ନାର୍ଯ୍ୟ ଦାବୀ ହେଉ ହକ୍ ପାଇଁ ସଦା ସର୍ବଦା ବିଭିନ୍ନ ସଂଗଠନରୁ ଗୁରୁ ଦାୟିତ୍ଵ ବହନ କରି ସେଥିରେ ବିଜୟୀ ହୋଇଛନ୍ତି ସେ । କେବଳ ସେତିକି ନୂହେଁ ମିଡିଆ ଡେଭଲପମେଣ୍ଟ ଅଫ୍ ଇଣ୍ଡିଆ ଓଡିଶା ଶାଖାର ରାଜ୍ୟ ସଭାପତି ଅଛନ୍ତି ରାଧା । ବିଭିନ୍ନ ରାଜ୍ୟ ରେ ସାମ୍ବାଦିକ ପାଇଁ ଲଢ଼ି ନ୍ୟାୟ ପ୍ରଦାନ କରିଛନ୍ତି ରାଧା। ଗତ ୩ ବର୍ଷ ହେଲା କନ୍ଧମାଳ ପିପୁଲ ଫୋରମ୍ ଗଠନ କରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଦାବୀ ପୂରଣ ପାଇଁ ଦିବା ରାତ୍ର ଅହରହ ଉଦ୍ୟମ କରି ସରକାରଙ୍କ ଜରିଆରେ ସଫଳ ହୋଇଛନ୍ତି ରାଧା ମୋହନ। ତାଙ୍କ ପ୍ରଚେଷ୍ଟାରେ ଖୁବଶୀଘ୍ର କନ୍ଧମାଳକୁ ରେଳ ସଂଯୋଗ ହେବାକୁ ଯାଉଛି। ଯାହା ଦିନେ କନ୍ଧମାଳ ବାସୀଙ୍କ ପାଇଁ ସ୍ଵପ୍ନ ପରି ଲାଗୁଥିଲା ତାହାକୁ ବାସ୍ତବର ରୁପରେଖ ଦେଇଛନ୍ତି ରାଧା। କେବଳ ସେତିକି ନୂହେଁ ଗତ ଲୋକସଭା ନିର୍ବାଚନରେ ସାଂସଦ ପ୍ରାଥୀ ହେବା ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା । କାରଣ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ସହ ଘନିଷ୍ଟତା ହିଁ ଖୋରାକ୍ ଯୋଗାଇ ଥିଲା । ଚର୍ଚା ପରେ ସେ ରାଜନୀତିକୁ ଯିବେ ନାହିଁ ବୋଲି ନିଜେ ଜଣାଇ ଥିଲେ । କହିଥିଲେ ରାଜନୀତିକୁ ଆସିବା ପାଇଁ ସମୟ ଅଛି ଏବେ ସେ କେବଳ ଜନତାଙ୍କ ସ୍ଵାର୍ଥ ପାଇଁ କାମ କରିବେ । ତାଙ୍କର ଏହି ପଦେ କଥା କନ୍ଧମାଳ ବାସୀଙ୍କ ପାଇଁ ଦୁଃଖର କାରଣ ମଧ୍ୟ ପାଲଟିଥିଲା । କାରଣ କନ୍ଧମାଳ ବାସୀ ରାଧା ମୋହନଙ୍କୁ ପ୍ରିୟ ନେତା ଭାବେ ଦେଖିବାକୁ ଚାହୁଁଥିଲେ । ତେବେ ଭବିଷ୍ୟତରେ ରାଧା ରାଜନୀତିକୁ ଆସି ପାରନ୍ତି ବୋଲି ଚର୍ଚା ମଧ୍ୟ ଚାଲିଛି।

Leave A Reply

Your email address will not be published.