୧୪ ମାସରେ ଅନାଥ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ଛୁଆ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଅନେକ ପରିବାର ପ୍ରଭାବିତ ହୋଇଛି। କିଏ ବାପା, ମାକୁ ହରାଇଛି ତ ଆଉ କିଏ ଭେଣ୍ଡିଆ ପୁଅକୁ ହରାଇଛି। କରୋନାର ଦ୍ୱିତୀୟ ଲହର ଭାରତ ସମେତ ଅନେକ ଦେଶରେ ମୃତ୍ୟୁର ବିଭୀଷିକା ରଚିଥିଲା। ଏହି ସମୟରେ ପ୍ରାୟତଃ ଅନେକ ପରିବାର ଛାରଖାର ହୋଇଯାଇଛି। ମୁଖ୍ୟତଃ ଯେଉଁ ଛୋଟ ଛୁଆ ବାପା, ମାକୁ ହରାଇଛନ୍ତି ସେମାନେ ଏବେ ଜୀବନ ଯୁଦ୍ଧରେ ଆଗାମୀ ଦିନରେ କିଭଳି ଆଗକୁ ବଢ଼ିବେ ତାହା ଚିନ୍ତାଜନକ। ଲାନସେଣ୍ଟ ନାମକ ମେଡିକାଲ ଜର୍ଣ୍ଣାଲ ବା ପତ୍ରିକା ଏହାକୁ ନେଇ ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ଭାରତ ସମେତ ୨୧ଟି ଦେଶରେ ପ୍ରାୟ ୧୫ ଲକ୍ଷ ପିଲା ଅନାଥ ହୋଇଥିବା ଦାବି କରିଛି। ଦ ଲାନସେଟରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ମହାମାରୀର ପ୍ରଥମ ୧୪ ମାସରେ ୨୧ଟି ଦେଶରେ ୧୫ ଲକ୍ଷରୁ ଅଧିକ ପିଲା ନିଜ ବାପା, ମାଙ୍କୁ ହରାଇଛନ୍ତି। ଏଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ପିଲା କେବଳ ଭାରତର। ଭାରତରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରଗ୍ ଆବ୍ୟୁଜ (NIDA) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ କରୋନାରେ ଭାରତରେ ୨୫,୫୦୦ ପିଲା ନିଜ ମା’ଙ୍କୁ ହରାଇଥିବାବେଳେ ୯୦,୭୫୧ ଜଣ ନିଜ ବାପାଙ୍କୁ ହରାଇଛନ୍ତି। ଏଥିମଧ୍ୟରୁ ୧୨ ପିଲାଙ୍କ ସଂଖ୍ୟା ଏପରି, ଯେଉଁମାନେ ଉଭୟ ବାପା,ମାଆଙ୍କୁ ହରାଇଥିଲେ। ଏହି ସଂଖ୍ୟା ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟରୁ ଜଣାପଡ଼ିଛି।

Leave A Reply

Your email address will not be published.