ଲଗାତର ଭାବେ ଦୁଇ ହଜାର ତଳେ ରହୁଛି ସଂକ୍ରମଣ

ଓଡ଼ିଶା ସମାଚାର (ମିନତୀ ସାନ) : ଲଗାତର ତୃତୀୟ ଦିନ ପାଇଁ ୨ ହଜାର ତଳେ ରାଜ୍ୟରେ ଦୈନିକ ସଂକ୍ରମଣ । ୨୪ ଘଂଟାରେ ଆଉ ୧୯୧୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୧୮ ପଜିଟିଭ୍ ହୋଇଥିବା ବେଳେ କଟକରୁ ୨୫୬ ନୂଆ ସଂକ୍ରମିତ ହୋଇଛନ୍ତି । ପୁରୀରୁ ଆଉ ୧୧୮ ପଜିଟିଭ୍ ହୋଇଛନ୍ତି । ଏହି ତିନି ଜିଲ୍ଲାକୁ ଛାଡି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ୧୦୦ ଉପରକୁ ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ ହୋଇଛି । ଏବେ ଆକ୍ଟିଭ୍ କେସ୍ ରହିଛି ୧୯ ହଜାର ୨୬୧ । ୨୪ ଘଂଟାରେ ୭୮ ହଜାର ୧୩୪ ନମୂନା ପରୀକ୍ଷା କରାଯାଇଛି । ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ରହିଛି ୨.୪୫ ପ୍ରତିଶତ ।

Leave A Reply

Your email address will not be published.