ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ପ୍ରାଙ୍ଗଣରେ ଫୁଟିଛି ୨୧ଟି ବିରଳ ‘ବ୍ରହ୍ମ କମଳ’

ମଙ୍ଗଳବାର (୨୭.୦୭.୨୦୧୧) ରାତିରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଅମଲାପଡ଼ାର ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ପ୍ରାଙ୍ଗଣରେ ୨୧ଟି ବିରଳ ‘ବ୍ରହ୍ମ କମଳ’ ଫୁଲ ଫୁଟିଛି । ଏହି ବିରଳ ବ୍ରହ୍ମ କମଳ ଫୁଲକୁ ଦେଖିବା ପାଇଁ ରବି ଦାସଙ୍କ ଘରେ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳି ଥିଲା । ଏବଂ ଏକ ପ୍ରକାରର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅପୂର୍ବ ଦୁର୍ଲଭ ‘ବ୍ରହ୍ମ କମଳ’ ଫୁଲ ଫୁଟିବା ପରେ ଶ୍ରୀଯୁକ୍ତ ରବି ଦାସଙ୍କ ପରିବାରରେ ଆନନ୍ଦର ଲହରୀ ଖେଳି ଯାଇଛି ଏ ନେଇ ସ୍ତ୍ରୀ ସ୍ତ୍ରୀ ସିପ୍ରା ରାଣୀ ରଥ ମଧ୍ୟ ବହୁ ଉତ୍ସହାହିତ ଅଛନ୍ତି । ତେବେ ଆଜି ଉକ୍ତ ଫୁଲ ସବୁକୁ ନେଇ ମନ୍ଦିରରରେ ଭଗବାନଙ୍କୁ ଅର୍ପଣ କରା ଯାଇଛି । କୁହ ଯାଏ ‘ବ୍ରହ୍ମା କମଲ’ କେବଳ ବିଳମ୍ବିତ ରାତିରେ ପ୍ରଭୁଙ୍କୁ ବନ୍ଦ ଦ୍ୱାରରେ ହିଁ ଅର୍ପଣ କରାଯାଇଥାଏ। ବିଭିନ୍ନ ପୁରାଣ ଅନୁଯାୟୀ, ବ୍ରହ୍ମାଣ୍ଡ ସୃଷ୍ଟିକର୍ତ୍ତା ବ୍ରହ୍ମା ଏହି ଫୁଲିତ ‘ବ୍ରହ୍ମା କମଲ’ରୁ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ଯାହା ଭଗବାନ ବିଷ୍ନୁଙ୍କ ନାଭି ଦ୍ୱାରରୁ ଉତ୍ପନ୍ନ ହୋଇଥିଲା। ତେବେ ଏହା 12 ବର୍ଷରେ ଥରେ ଫୁଟେ । ଅନ୍ୟ ଏକ କଥା ହେଉଛି ଏହା କେବଳ ମଧ୍ୟରାତ୍ରିରେ ଫୁଟି ଥାଏ ଏବଂ କମ ସମୟ ଜୀବିତ ରହେ ।

Leave A Reply

Your email address will not be published.