ବିଚ୍‌ ରାସ୍ତାରେ ଲାଇଭ ଲୁଟ୍‌ର ସିନ୍‌

ବଲାଙ୍ଗିର : ବଲାଙ୍ଗିର ଉପକଣ୍ଠ ଖମାମୁଣ୍ଡା ନିକଟ ଜାତୀୟ ରାଜପଥ ୨୬ ଅତିକ୍ରମ କରୁଥିବା ଏକ ଟ୍ରକ୍‌ ହଠାତ୍‌ ଦିନ ଦ୍ୱିପ୍ରହରରେ ଅଟକିଗଲା। ଏହି ସମୟରେ ଜଣେ ଯୁବକ ହଠାତ୍‌  ଗାଡ଼ି ପରକୁ  ଚଢ଼ିଯାଇ ଡ୍ରାଇଭରଙ୍କୁ ଭୟଭୀତ କରିବାକୁ ଲାଗିଲେ। ଏସବୁ ହେଉଥିଲା ପୁଲିସ୍‌ ଟିମ୍‌ର ଆଖି ଆଗରେ। ଅର୍ଥାତ ଲୁଟେରା ଦେଖାଉଥିଲେ ଲୁଟ୍‌ର ଲାଇଭ ସିନ୍‌। ଆଉ ଲୁଟ୍‌ର ଫଣ୍ଡା ବି ପୁଲିସ୍‌ ଆଗରେ ବଖାଣିଥିଲେ। ବଲାଙ୍ଗିର ସହର ଦେଇ ଯାଇଥିବା ଓ ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ଟ୍ରକ୍‌ ଡ୍ରାଇଭର ବାରମ୍ବାର ଏପରି ଲୁଟ୍‌ର ଶିକାର ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ଶେଷରେ ଲୁଟେରାଙ୍କୁ ଗିରଫ କରିବାକୁ ପୁଲିସ୍‌ ବିଛାଇଥିଲା ଜାଲ। ସଦର ଏସ୍.ଡି.ପି.ଓ ତୋଫାନଙ୍କ ନେତୃତ୍ୱରେ ଗଠିତ ଟିମ୍‌ ୨ ଦିନ ପୂର୍ବେ ୬ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଆଜି ସେମାନେ ଦେଖାଉଥିଲେ ଲାଇଭ ଲୁଟ୍‌ର ସିନ୍‌। ସୂଚନାଯୋଗ୍ୟ, ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ  ବରଗଡରୁ ବଲାଙ୍ଗିର ଦେଇ ବୋରିଗୁମା ଯାଇଥାଏ ଶହ ଶହ ଟ୍ରକ ।  କିନ୍ତୁ ବଲାଙ୍ଗିର ଉପକଣ୍ଠ ଖମାରମୁଣ୍ଡା ନିକଟରେ ଥିବା ଏକ ପୋଲ ପାଖରେ ଅଧିକାଂଶ ଦିନ ଲୁଟର ଶିକାର ହେଉଥିଲେ ଟ୍ରକ ଡ୍ରାଇଭର  । ଫିଲ୍ମ ଷ୍ଟାଇଲରେ ରାସ୍ତା ଉପରେ ଟ୍ରକ ଅଟକାଉଥିଲେ ଲୁଟେରା ।  ରାସ୍ତା ମଝିରେ ବାଇକ ରଖିଦେବା ସହ ଟ୍ରକ ଅଟକିଗଲା ପରେ, ତିନି ଚାରି ଜଣ ଟ୍ରକ୍‌ ଡ୍ରାଇଭର ପାଖକୁ ଦୌଡ଼ି ଯାନ୍ତି।   ହଠାତ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି  ଟଙ୍କା ଓ ମୋବାଇଲ ଲୁଟି ନେଉଥିଲେ । ଲୁଟକୁ ସଫଳ କରିବା ପାଇଁ, ରାସ୍ତାର ଉଭୟ ପାର୍ଶ୍ୱରେ ନିଜ ସହଯୋଗୀଙ୍କୁ ଛିଡ଼ା କରାଉଥିଲେ। ଫଳରେ ପୋଲିସ ଆସିଲେ ତୁରନ୍ତ ଖରବ ପାଇ ଜାଗା ଛାଡ଼ି ହେବ।

Leave A Reply

Your email address will not be published.