ମମତାଙ୍କ ଉତ୍ତରରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ପଶ୍ଚିମବଙ୍ଗରେ ୨୭ ଜଣ ଶିଶୁ ଅନାଥ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ତଥ୍ୟ ଉପରେ ଏବେ ଖପ୍ପା ସୁପ୍ରିମକୋର୍ଟ। ରାଜ୍ୟର ଏତେ ବଡ ଜନସଂଖ୍ୟା ଏବଂ କୋଭିଡର ଭୟବହତା ଦୃଷ୍ଟିରୁ ଦିଦିଙ୍କ ଏଭଳି ଡାଟା ଉପରେ ବିଶ୍ୱାସ କରିପାରିନାହାଁନ୍ତି ଉଚ୍ଚତମ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ପଶ୍ଚିମବଙ୍ଗରେ କରୋନା ଲକଡାଉନ୍ ସମୟରେ ମାତ୍ର ୨୭ ଜଣ ଶିଶୁ ଅନାଥ ହୋଇଥିବା ତଥ୍ୟକୁ କୋର୍ଟ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ବିଶ୍ୱାସ ନହେଲାଭଳି ତଥ୍ୟ ଦେଇଥିବାରୁ ମମତା ସରକାରଙ୍କୁ ସତର୍କ କରାଇଦେଇଛନ୍ତି ସୁପ୍ରିମକୋର୍ଟ। ଖାଲି ସେତିକି ନୁହେଁ, ସିଧା ସିଧା କହିଛନ୍ତି, ଯଦି ରାଜ୍ୟ ସରକାର ଏ ବାବଦରେ ନିର୍ଭୁଲ ତଥ୍ୟ ନ ଦିଅନ୍ତି ତେବେ ସତ ଜାଣିବାକୁ କୋର୍ଟ ଏହାର ତଦନ୍ତ ନିର୍ଦ୍ଦେଶ ଦେବେ।

Leave A Reply

Your email address will not be published.