ବିଦ୍ୟାଭାରତୀଙ୍କ ଘରେ ପାରଳାଖେମୁଣ୍ଡିର ପୋଲିସ ଟିମ୍

ଉଦଳା ,ଅଗଷ୍ଟ ୩ : ରହସ୍ୟ ଘେରରେ ରହିଛି ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ । ତେବେ ଏହି ମାମଲାରେ ଆଜି ପୁଣି ଥରେ ପତ୍ନୀ ବିଦ୍ୟାଭାରତୀଙ୍କ ଘରେ ପୋଲିସ୍ ପହଂଚିଛି । ଯାହା ଜଣାପଡ଼ୁଛି ପୋଲିସ ତାଙ୍କୁ ପୁଣି ମୃତ୍ୟୁ ମାମଲାରେ ଜେରା କରିପାରେ। ପାରଳାଖେମୁଣ୍ଡିରୁ ପୋଲିସ ଟିମ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଦ୍ଵିତୀୟ ପର୍ଯ୍ୟାୟରେ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ କାଲିଠାରୁ କପ୍ତିପଦା ଥାନା ଗୌଡଗାଁ ଅଭିମୁଖେ ବାହାରି ଆସିଛି । ସୁଚନା ଅନୁସାରେ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ଆଜିକୁ ଅଧିକ ଦିନ ହୋଇଯାଇଥିଲେ ବି ପୋଲିସ୍ ସଠିକ୍ ଦୋଷୀ ପାଖରେ ପହଂଚି ପାରିନାହିଁ ।ଯାହାଫଳରେ ସୌମ୍ୟଙ୍କ ପରିବାର ଲୋକ ପୋଲିସର ତଦନ୍ତ ଉପରୁ ଆଶା ମଧ୍ୟ ଉଠାଇ ସାରିଲେଣି । ଏହାସହିତ ଘଟଣା ଦିନ କଟକରୁ ବିଦ୍ୟାଙ୍କୁ ନେଇ ଆସିଥିବା ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇପାରେ । 

Leave A Reply

Your email address will not be published.