ରାଜଧାନୀରେ ଥମିବାର ନାଁ ନେଉନି ଡେଙ୍ଗୁ

ଭୁବନେଶ୍ୱର, ଅଗଷ୍ଟ ୫ : ଭୁବନେଶ୍ୱରରେ ଥମିବାର ନାଁ ନେଉନି ଡେଙ୍ଗୁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ସପ୍ତାହକ ମଧ୍ୟରେ ଭୁବନେଶ୍ୱରରୁ ୩୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ପ୍ରତିଦିନ ଡେଙ୍ଗୁ ରୋଗୀ ଘରୋଇ ଡାକ୍ତରଖାନା ଏବଂ କ୍ଲିନିକ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଗୁରୁବାର ବିଏମସି ଅଞ୍ଚଳରୁ ୩୪ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୭୯୫ ରୋଗୀ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।  ସେହିପରି ଯେଉଁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ଘରକୁ ବିଏମ୍‌ସି ସ୍ୱାସ୍ଥ୍ୟ ଟିମ୍ ଯାଇ ଯାଞ୍ଚ କରୁଛନ୍ତି । ବିଏମ୍‌ସି ଟିମ୍ ୬୮୯୦ ଘରକୁ ଯାଇ ୨୮୯୩୬ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଅନେକ ସ୍ଥାନରୁ ମଶା ମଧ୍ୟ ନଷ୍ଟ କରାଯାଉଛି ।  ଏହାସହିଚ ଲୋକଙକ୍‌ୁ ସଚେତନ କରିବା ପାଇଁ ବିଏମ୍‌ସି ପକ୍ଷରୁ ଅଭିଯାନ ଜାରି କରାଯାଇଛି । ମାତ୍ର ମଶା ମରା ଉପରେ ଗୁରୁତ୍ୱ ଦିଆଯାଉନଥିବାରୁ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଫଳରେ କେବଳ ଡେଙ୍ଗୁ ନୁହେଁ ମେଲେରିଆ ଜ୍ୱରରେ ମଧ୍ୟ ଅନେକ ଲୋକ ପୀଡିତ ହେଉଛନ୍ତି ।  

Leave A Reply

Your email address will not be published.