ଗାଧୋଇବାକୁ ଯାଇଥିଲେ ଯୁବକ, ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : ଗାଇ ଚରାଇବାକୁ ଯାଇ ଗାଧୋଇବା ପାଇଁ ନଦୀରେ ପଶିଥିବା ଜଣେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର। ଗତକାଲିଠୁ ଯୁବକଜଣକ ନିଖୋଜ ଥିବା ବେଳେ ତାଙ୍କ ପତ୍ତା ମିଳିପାରି ନାହିଁ। ନିଖୋଜ ଯୁବକଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗାଁର ବସନ୍ତ ପରିଡା।ବସନ୍ତ ଗତକାଲି ଅପରାହ୍ନରେ  ନିଜ ଗାଈ ନେଇ ବ୍ରାହ୍ମଣୀ ନଦୀ କୂଳରେ ଚରାଇବାକୁ ଯାଇଥିଲେ। ସେଠାରେ ସେ ଉପରେ ଚପଲ ଥୋଇ ଗାଧୋଇବାକୁ ପାଣି ଭିତରକୁ ପଶିଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ନ ଥିଲେ।   ନଦୀ କୂଳରୁ କୁମ୍ଭୀର ବସନ୍ତଙ୍କୁ ଝାମ୍ପି ନେଇଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଖବର ପାଇ ଅଗ୍ନିଶମ ବହିନୀ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛନ୍ତି । ଏଯାବତ ନିଖୋଜ ଯୁବକଙ୍କ ସନ୍ଧାନ ମିଳିପାରିନାହିଁ।

Leave A Reply

Your email address will not be published.