ଏଟିଏମ୍‌ରେ କ୍ୟାଶ ନଥିଲେ ବ୍ୟାଙ୍କକୁ ହେବ ଜରିମାନା

ନୂଆଦିଲ୍ଲୀ, ଅଗଷ୍ଟ ୧୧ : ଏଟିଏମ୍‌ରେ କ୍ୟାଶ ନଥିବାରୁ ଅନେକ ସମୟରେ ଲୋକଙ୍କୁ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ସମସ୍ୟାକୁ ନଜରରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ବଡ଼ ନିଷ୍ପତ୍ତି ନେଇଛି । ନୂଆ ନିୟମ ଅନୁସାରେ ଯଦି ଏଟିଏମ୍‌ରୁ ଗ୍ରାହକଙ୍କୁ କ୍ୟାଶ ନମିଳିବ, ତାହେଲେ ସଂପୃକ୍ତ ବ୍ୟାଙ୍କକୁ ଜରିମାନା ଦେବାକୁ ପଡ଼ିବ । ଏହି ନିୟମ ଆସନ୍ତା ଅକ୍ଟୋବର ୧ ତାରିଖ ଠାରୁ ଲାଗୁ ହେବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୨୧ ଅକ୍ଟୋବର ୧ ତାରିଖ ଠାରୁ ଯଦି ଏକ ଏଟିଏମ୍‌ରେ ମାସକ ମଧ୍ୟରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ୟାଶ ଖାଲି ଥିବ, ତା’ହେଲେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସଂପୃକ୍ତ ବ୍ୟାଙ୍କକୁ ଜରିମାନା ଦେବାକୁ କହିବ । ଆରବିଆଇ ଏକ ସର୍କୁଲାର ଜାରି କରି କହିଛି ଯେ, ଏଟିଏମ୍‌ରେ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ୟାଶ ଭର୍ତ୍ତି ନହେଲେ ଜରିମାନା ଦେବାକୁ ପଡ଼ିବ ।  ଆରବିଆଇ ଏହ ପଦକ୍ଷେପ ନେବାର କାରଣ ହେଲା ଯେ, ଲୋକେ ଜରୁରୀ ସମୟରେ ଏଟିଏମ୍‌ରୁ କ୍ୟାଶ ନିଅନ୍ତୁ । କ୍ୟାଶ-ଆଉଟ କାରଣରୁ ଏଟିଏମ୍‌ର ଡାଉନଟାଇମର ସମୀକ୍ଷା କରିବା ପରେ ଆରବିଆଇ ଏହି ନିଷ୍ପତ୍ତି ନେଇଛି । ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି ଯେ, ଯଦି ଏଟିଏମ୍‌ରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ୟାଶ ନରହୁଛି, ତାହେଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନ ଲାଗିବ ।   

Leave A Reply

Your email address will not be published.