ସ୍ତ୍ରୀ ଜୁଇରେ ନିଜକୁ ଝାସ ଦେଲେ ସ୍ୱାମୀ

କଳାହାଣ୍ଡ,ଅଗଷ୍ଟ ୨୫ : ସ୍ତ୍ରୀ ଜୁଇରେ ନିଜକୁ ଝାସ ଦେଲେ ସ୍ୱାମୀ । ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ସିଆଲଯୋଡି ଗାଁରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ନୀଳମଣି ଶବର ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ରଇବାରି ଶବରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଗାଁର କିଛି ଲୋକେ ଯାଇ ଅନ୍ତିମ ସଂସ୍କାର ସାରି ଫେରି ଆସିଥିଲେ । ସ୍ତ୍ରୀର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀର ଜୁଇରେ ପସି ନିଜ ଜୀବନ ହାରିଛନ୍ତି । ଜୁଇ ନିଆଁର ତେଜ ଏତେ ପ୍ରଖର ଥିଲା ଯେ ନୀଳମଣିଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା ।  ଏହି ଅଭାବନୀୟ ଘଟଣା ପରେ ସ୍ଥନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସଂମ୍ପ୍ରତି ନୀଳମଣି ଜଣେ ୱାର୍ଡମେମ୍ବର ଥିଲେ ଏବଂ ସେ ପୁର୍ବରୁ ତାଙ୍କ ପଞ୍ଚାୟତର ସମିତି ସଭ୍ୟ ରହିସାରିଛନ୍ତି 

Leave A Reply

Your email address will not be published.