ଓଡିଆ ଯବାନ ସୋମନାଥଙ୍କ ଉପରେ ନିଆଯାଇନି କାର୍ଯ୍ୟାନୁଷ୍ଠାନ

ନୁଆଦିଲ୍ଲୀ,ଅଗଷ୍ଟ ୨୫ : ମୁମ୍ବାଇ ଏୟାରପୋର୍ଟରେ ସଲମାନ ଖାନଙ୍କୁ ଶୃଙ୍ଖଳା ସିଖାଇଥିବା ଓଡିଆ ସିଆଇଏସଏଫ ଯବାନ ସୋମନାଥ ମହାନ୍ତିଙ୍କ ଉପରେ ନିଆଯାଇନି କାର୍ଯ୍ୟାନୁଷ୍ଠାନ । ଏ ନେଇ ଏକ ଟ୍ୱିଟ କରି ସୂଚନା ଦେଇଛି ସିଆଇଏସଏଫ । ତେବେ ଡ୍ୟୁଟି ସମୟରେ ଉଦାହରଣ ମୁଳକ କାର୍ଯ୍ୟ କରିଥିବାରୁ ସିଆଇଏସଏଫ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଛି । ଖବର ମୁତାବକ ଟାଇଗର-୩ ର ସୁଟିଂ ପାଇଁ ଋଷ ଯାଉଥିବା ସମୟରେ ମୁମ୍ବାଇ ଏୟରପୋର୍ଟରେ ସଲମାନ ମାସ୍କ ପିନ୍ଧି ନଥିଲେ ଏବଂ କିଛି କାଗଜପତ୍ର ଯାଂଞ୍ଚ ପାଇଁ ସୋମନାଥ ସଲମାନଙ୍କୁ ଅଟକାଇଥିଲେ । ତେବେ ଏହି ଖବର ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଥିବା ବେଳେ ସୋମନାଥ ଗଣମାଧ୍ୟମରେ ଅନେକ ପ୍ରଶଂସା ସାଉଁଟିଥିଲେ । କିନ୍ତୁ ପରେ ଖବର ପ୍ରସାରିତ ହୋଇଥିଲା ଯେ ସିଆଇଏସଏଫ ପକ୍ଷରୁ ସୋମନାଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ତାଙ୍କ ମୋବାଇଲ ଜବତ ହୋଇଥିବାର ଖବର ଆସିଥିଲା । କାର୍ଯ୍ୟାନୁଷ୍ଠାନ ହୋଇଥିବା ଖବରକୁ ଆଜି ସିଆଇଏଏଫ ଖଣ୍ଡନ କରିଥିଲା ବେଳେ ସୋମନାଥଙ୍କୁ ପ୍ରଶଂସା କରିଛି ।

Leave A Reply

Your email address will not be published.