ଖସୁଛି କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୮୮୭ ଚିହ୍ନଟ

ଭୁବନେଶ୍ୱର, ଅଗଷ୍ଟ ୨୫ : ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟରେ ଆଉ ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୭୨ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୨୧୦କୁ ବୃଦ୍ଧି ହୋଇଛି । ସେହିପରି ୧୩୧ ଜଣ ୧୮ ବର୍ଷରୁ କମ ବୟସର ଶିଶୁ ରହିଛନ୍ତି ।  ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧରୁ ୧, କଟକରୁ ୧୧୯, ଦେଓଗଡରୁ ୯, ଢେଙ୍କାନାଳ ୧୬, ଗଜପତିରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩୭, ଯାଜପୁରରୁ ୪୩, ଝାରସୁଗୁଡାରୁ ୫, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୧୯, ଖୋର୍ଦ୍ଧାରୁ ୩୨୩, କୋରାପୁଟରୁ ୪, ମାଲକାନଗିରିରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁରରୁ ୨, ନୟାଗଡରୁ ୧୧, ନୂଆପଡାରୁ ୩, ପୁରୀରୁ ୩୯, ରାୟଗଡାରୁ ୨, ସମ୍ବଲପୁରରୁ ୨୧, ସୁନ୍ଦରଗଡରୁ ୭, ଷ୍ଟେଟ ପୁଲରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦ ଲକ୍ଷ ୩ ହଜାର ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮ ହଜାର ୨୨୬ଟି ଆକ୍ଟିଭ୍ କେସ ରହିଥିବା ବେଳେ ୯ ଲକ୍ଷ ୮୭ ହଜାର ୩୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Leave A Reply

Your email address will not be published.