ପୁରୀ ସିଂହଦ୍ୱାର ଭଳି ହେବ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାର

ଭୁବନେଶ୍ୱର :  ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ହେବ ନବକଳେବର ।  ଶ୍ରୀମନ୍ଦିରର ସିଂହଦ୍ୱାର ଢାଞ୍ଚାରେ ଏହାର ପୁନଃ ନିର୍ମାଣ କରାଯିବ । ଫନି ପରଠରୁ ଲିଙ୍ଗରାଜ ମନ୍ଦିର କବାଟ ଭଙ୍ଗା ଅବସ୍ଥାରେ ପଡ଼ିଥିବା ବେଳେ ଏବେ ଏଏସଆଇ ପକ୍ଷରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି । ବିଏମସି କମିଶନର, ଏଏସଆଇ ସୁପରିଟେଣ୍ଡେଣ୍ଟ ଆଜି ସକାଳେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି  ବିଭିନ୍ନ ସ୍ଥାନର ଯାଞ୍ଚ କରିଥିଲେ। ଏହି ସମୟରେ ମନ୍ଦିରର ସେବାୟତ ନିଯୋଗ ସଦସ୍ୟ ଉପସ୍ଥିତ ଥିଲେ ।  ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାରର କାମ ଆରମ୍ଭ ହୋଇଥିବା ବେଳେ ଦେଢ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି  । ଫନି ପରଠାରୁ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାର ଭାଙ୍ଗିଯାଇଥିବା ବେଳେ ଏହାକୁ ମରାମତି ପାଇଁ ସେବାୟତମାନେ ଦାବି କରିଆସୁଥିଲେ ।  କରୋନା କୋପ ଯୋଗୁ ମନ୍ଦିର ବନ୍ଦ ଥିବା ବେଳେ କାମ ଆରମ୍ଭ ହେଉ ନ ଥିଲା। ଏବେ ମନ୍ଦିର ଖୋଲାଯିବା ପରେ ତତ୍ପରତା ପ୍ରକାଶ କରିଛି ଏଏସଆଇ।  ଏବେ  ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଏପରି ସମୟରେ କିପରି ମରାମତି କାମ ସୁରୁଖୁରରେ ଚାଲିବ ତାକୁ ନେଇ ପ୍ରଶ୍ନବାଚୀ ଆରମ୍ଭ ହୋଇଛି। ଏନେଇ ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି, ଆଜି  ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଓ ସେବାୟତଙ୍କ ସହ  ମିଶି ମନ୍ଦିର ଭିତରେ କ’ଣ ସମସ୍ୟା ଅଛି ବୁଲି ଦେଖିଲୁ । କିପରି ଏହାର ମରାମତି କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହେଲା । ମନ୍ଦିରେ ବର୍ତ୍ତମାନ କାଠ କବାଟ  କାମ ଚାଲିଛି। ପ୍ରଭୁଙ୍କ କୃପା ହେଲେ ସମସ୍ତଙ୍କ ସହଯୋଗରେ ପରେ ରୂପା କବାଟ ଲାଗିବ।  ଏହାବାଦ ଶବିଶକ୍ତି ମନ୍ଦିର ଚାରିପଟେ ବାଡ଼ା ଦିଆଯିବ।

Leave A Reply

Your email address will not be published.