୧୨ ଦିନ ହେବ ଯୁବକ ନିଖୋଜ

କଟକ : ନିଖୋଜ ହେବାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ଜଣେ ଯୁବକଙ୍କ ପତ୍ତା  ମିଳିପାରି ନାହିଁ। ଏନେଇ ପରିବାର ଲୋକେ କଟକର ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ଯୁବକ ଜଣଙ୍କ ହେଲେ  SCB ମେଡ଼ିକାଲ  କଲେଜର ଲ୍ୟାବ୍‌ ଟେକନିସିଆନ ଛାତ୍ର ସଂଗ୍ରାମ କେଶରୀ ନାଏକ।  ତାଙ୍କ ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କରଡ଼ାପାଳ ଗାଁରେ। ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ସକାଳେ ସଂଗ୍ରାମ ରୁମରେ ଫୋନ୍‌ ଛାଡ଼ି କୁଆଡେ ପଳାଇ ଯାଇଥିଲେ। ରାତି ହେବାରୁ ସେ ରୁମ୍‌କୁ ନ ଫେରିବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ରାତି ପ୍ରାୟ ୯ଟା ସମୟରେ ଯୋବ୍ରା ଆନିକଟ ଅଞ୍ଚଳରୁ ସାଙ୍ଗମାନେ ସଂଗ୍ରାମଙ୍କ ସାଇକେଲ ଓ ଚପଲ ପାଇଥିଲେ। ତା’ ପରଦିନ ଖବର ପାଇ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଗ୍ରାମଙ୍କ ପତ୍ତା ମିଳିନଥିଲା ।

Leave A Reply

Your email address will not be published.