କଏଦୀଙ୍କର ନିଜ ଘରୁ ମିଳିଲା ଝୁଲନ୍ତା ମୃତଦେହ

କୁଆଁପାଳ , ସେପ୍ଟେମ୍ବର 18 : କରୋନା ମହାମାରୀ ସମୟରେ ପାରୋଲରେ ଆସିଥିବା ବେଳେ ଆଜି ନିଜ ଘରେ ଲୁଗାରେ ରସି ଲଗାଇ ଆଜି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ପଂଚାୟତ ବାରାହୀପୁର ଗ୍ରାମରେ । 

gpkandhamal

ମୃତ କଏଦୀ ଜଣକ ହେଲେ ବରାହିପୁର ଗାଁର ୫୮ ବର୍ଷୀୟ ରାଜକିଶୋର ନାୟକ ,ସେ ପୁରୀ କାକଟପୁର ଅଞ୍ଚଳର ବାସିନ୍ଦା ଅଟନ୍ତି । କିନ୍ତୁ ସେ ତାଙ୍କ ଶ୍ଵଶୁର ଘରେ ରହୁଥିବା ବେଳେ ୨୦୦୮ ମସିହାରେ ତ୍ରିବେଣୀଶ୍ବର ବଜାରରେ ଘଟିଯାଇଥିବା ଏକ ବୋମାମାଡ଼ ଓ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ସେ ଚୌଦାର ସର୍କଲ ଜେଲରେ ବନ୍ଦୀ ହୋଇରହିଥିଲେ । 

Umasankar Adv

ଗତ ମେ ମାସ ୨୧ ତାରିଖରେରେ ସେ କରୋନା ଯୋଗୁଁ ପାରୋଲ ରେ ଘରକୁ ଆସିଥିଲେ । କିନ୍ତୁ ପାରୋଲ ଅବଧି ଆଜି ଶେଷ ହୋଇଥିଲା ଫଳରେ ଆଜି ହିଁ ସେ ତାଙ୍କ ଘରକୁ ଫେରିଯିବାର ଥିଲା କିନ୍ତୁ ସକାଳୁ ବେକରେ ଏକ ଲୁଗାରେ ରସିଦେଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ କହିବା ମୂତାବିକ୍ ଅତ୍ୟଧିକ ମାନସିକ ସ୍ତରରେ ସେ ଭାଙ୍ଗି ଯାଇଥିବାରୁ ସେ ଏପରି କରିଥିବା କୁହାଯାଉଛି ସୁଚନା ଅନୁସାରେ ଏହି ଘଟଣା ପୋଲିସ୍ ଜାଣିବା ପରେ ଅଧିକ ତନାଘନା ଚଳାଇଛି ।

Leave A Reply

Your email address will not be published.