ଘରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ

ଝାରସୁଗୁଡା : ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ଉଦ୍ଧାର ହୋଇଛି ମା’ ଓ ୨ ଝିଅଙ୍କ ମୃତଦେହ । ମୃତକ ୩ ଜଣ ହେଲେ ୨୮ ବର୍ଷୀୟା ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଡ଼ଦାର ଫେରାର ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଆରମ୍ଭ ହୋଇଛି ସସ୍‌ପେନ୍ସ।  ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ଟେର ପାଇପାରିନି।

gpkandhamal

ସୂଚନା ଅନୁଯାୟୀ, ନାରାୟଣ ପୋଡ଼ଦାର ଓ ସୋନି ପୋଦାର ନିଜ ୨ ଝିଅଙ୍କ ସହ ଗଙ୍ଗାନଗର ଫାଟକପଡାରେ ରହୁଥିଲେ। ଆଜି ସକାଳେ ଘରେ ନାରାୟଣ ନ ଥିବା ବେଳେ ମା’  ଓ ୨ ଝିଅଙ୍କ ମୃତଦେହ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନି।

Umasankar Adv

ଘଟଣା ପରଠୁ ନାରାୟଣ ଫେରାର ଥିବା ବେଳେ ତାଙ୍କ ପତ୍ତା ମିଳିପାରୁନି।

Leave A Reply

Your email address will not be published.