ଅନଲାଇନ୍ ରେ ପାଠ ନବୁଝି ପାରିବାରୁ ନିର୍ଧୁମ ମାଡ ମାରିଲେ ଶିକ୍ଷକ

କୋରାପୁଟ, ସେପ୍ଟେମ୍ବର ୨୩ : ଅନଲାଇନ୍ ରେ ପାଠ ନବୁଝି ପାରିବାରୁ ନିର୍ଧୁମ ମାଡ ମାରିଲେ କୋଚିଂ ସେଣ୍ଟର ସାର୍ । ଫଳ ରେ ୫ଜଣ ଛାତ୍ର ଗୁରୁତର ହୋଇପଡିଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ସଦର ଥାନା ଛାପର ନିକଟ ଏକ କୋଚିଂ ସେଣ୍ଟରରେ।

କରୋନା ପାଇଁ ପିଲା ମାନେ ୟୁଟୁବ୍ ରେ ପାଠ ପଢୁଥିଲେ ହେଲେ ଉକ୍ତ ସାର୍ ଙ୍କ ପାଠ ନବୁଝିବାରୁ ଅଭିଯୋଗ କରିଥିଲେ । ହେଲେ ସାର୍ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଧୁମ୍ ଛେଚିଥିଲେ । ଛାତ୍ର ମାନଙ୍କୁ ନିଜ ଗାଡିରେ ବସାଇ ନେଇ ଏକ ରଡରେ ନିର୍ଧୁମ ମାଡ ମାରିଛନ୍ତି ସାର ।

Umasankar Adv

ପରେ ଏନେଇ ଅନୁଷ୍ଠାନ ତରଫରୁ ସଦର ଥାନାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଶିକ୍ଷକ ଜଣକ ଫେରାର ହୋଇଯାଇଥିବା ବେଳେ। ଗୁରୁତର ଛାତ୍ରମାନେ ଚିକିତ୍ସିତ ହୋଇ ସମ୍ପୃକ୍ତ ଅନୁଷ୍ଠାନର ହଷ୍ଟେଲରେ ରହିଛନ୍ତି ।

ଏ ସମ୍ପର୍କରେ କୋଚିଂ ସେଣ୍ଟରରୁ କୌଣସି ପ୍ରତିକ୍ରିୟା ମଳିପାରିନାହିଁ। କୋରାପୁଟ ଏସଡିପିଓ ଗୁଣନିଧି ମଳିକ ଘଟଣାକୁ ସ୍ୱିକାର କରିବା ସହ ମାମଲରା ତଦନ୍ତ ଚାଲିଥିବା କହିଛନ୍ତି।

Leave A Reply

Your email address will not be published.