ଓଡ଼ିଶାରେ ଆସୁଛି ଏ ବର୍ଷର ଦ୍ୱିତୀୟ ବାତ୍ୟା

ଗଜପତି, ସେପ୍ଟେମ୍ବର 25 : ଏ ବର୍ଷ ଦ୍ବିତୀୟ ଥର ପାଇଁ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଓଡ଼ିଶା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି।  ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଅବପାତ ଗତ ୬ ଘଣ୍ଟାରେ ୧୪ କିମି ବେଗରେ ଉପକୂଳ ମୁହାଁ ହେଉଛି। ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୫୮୦ କିମି ଦୂରରେ ରହିଛି।

gpkandhamal

 ଅବପାତ   ଆନ୍ଧ୍ରର କଳିଙ୍ଗପାଟନାମ୍ ଠାରୁ ୭୪୦ କିଲୋମିଟର ଦୂରରେ କେନ୍ଦିଭୂତ ହୋଇଛି । ଏହି ବାତ୍ୟାର ନାମକରଣ ‘ଗୁଲ୍‌-ଆବ୍‌’ ରଖାଯାଇଛି। ତେବେ ଏହାରି ଭିତରେ ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ସଜାଗ ହୋଇଛି ଗଞ୍ଜାମ ପ୍ରଶାସନ । ଏନେଇ ଏକ ବୌଠକ ମଧ୍ୟ ଡ଼କାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଇଛି । ସମୁଦ୍ର ଓ ନଦୀ କୂଳିଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବାକୁ କୁହାଯାଇଛି। ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଜପତି ଜିଲ୍ଲାରେ ଶନିବାର ଓ ରବିବାର ସରକାରୀ ଛୁଟିକୁ ବାତିଲ କରାଯାଇଛି । 

Umasankar Adv

ଏଥିସହ ଯେକୌଣସି ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଦରମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ। ସେହିପରି ଆସନ୍ତା ଦୁଇଦିନ ସମୁଦ୍ର କୂଳକୁ କାହାକୁ ଛଡାନଯିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯିବା ସହ ଆବଶ୍ୟକ ହେଲେ ମେଡିକାଲକୁ ସ୍ଥାନନ୍ତରିତ କରାଯିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବାତ୍ୟା ତିତିଲି ସମୟରେ ଯେଉଁ ସବୁ ଅଞ୍ଚଳ କ୍ଷତି ହୋଇଥିଲା ସେଥିପ୍ରତି ଧ୍ୟ୍ୟନ ଦେବାକୁ ଜିଲ୍ଲାପାଳ କହିଛନ୍ତି । 

Leave A Reply

Your email address will not be published.