ନିଜକୁ ପୂଜା କମିଟିର କର୍ମକର୍ତ୍ତା କହି ଚାନ୍ଦା ମାଗି ୨ ଜଣ ଗିରଫ

କଟକ, ସେପ୍ଟେମ୍ବର 29 : ଆଗକୁ ଆସୁଛି ମା’ଦୁର୍ଗାଙ୍କର ଦଶହରା ପୁଜା । ଏନେଇ ଚାରିଆଡ଼େ ଚଳଞ୍ଚଳ ଏବେ ଦେଖିବାକୁ ମିଳିଲାଣି । ଏହାରି ଭିତରେ କଟକର କିଛି ଅସାଧୁ ବ୍ୟକ୍ତି ପୁଜା କରିବା ପାଇଁ ଲୋକମାନଙ୍କ ଠାରୁ ଜୋର ଜବଦସ୍ତି ଟଙ୍କା ଆଦାୟ କରୁଥିବାର ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ କଟକ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି ।

 ପରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି। ଦୁଇ ଅଭିଯୁକ୍ତଙ୍କ ନାମ ହେଉଛି ଶରତ କୁମାର ବେହେରା ଓ ରାକେଶ ବେହେରା । ଏହି ୨ ଜଣ ଏକ ପୂଜା କମିଟିର କର୍ମକର୍ତ୍ତା କହି କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ କିନ୍ତୁ ସେ ଦେବାକୁ ମନା କରିଦେଇଥିବାରୁ ତାଙ୍କୁ ମାରିବା ସହ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ । 

Umasankar Adv

ପରେ ବ୍ୟବସାୟୀ ଜଣକ ତାଙ୍କ ନାଁରେ ଅଭିଯୋଗ ଦେବା ପରେ ତାଙ୍କୁ ପୋଲିସ୍ ଗିରଫ କରିଛି ।ଏହାକୁ ନେଇ କଟକ ଜୋନ୍ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି କାହା ପାଖରୁ ଜୋର ଜବରଦସ୍ତ ପୂଜା ଚାନ୍ଦା ଆଦାୟ କରାଯିବ ନାହିଁ ଯଦି ଏପରି ହୁଏ ଦୋଷୀଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.