ପିପିଲି ଫଳାଫଳ : ବିଜେଡି ଆଗରେ, ବିଜେପି ପଛରେ । ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ

ପିପିଲି ଆସନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗରେ ଥିବା ସୂଚନା । ଦ୍ୱିତୀୟ ରାଉଣ୍ଡରେ ୧୦୩୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ ସୂଚନା । ଦ୍ୱିତୀୟ ରାଉଣ୍ଡରେ ବିଜେଡିକୁ ୨୫୪୮, ବିଜେପିକୁ ୧୫୧୩ ଓ କଂଗ୍ରେସକୁ ୯୪ଟି ଭୋଟ ମିଳିଥିବା ସୂଚନା । ଆଉ ଏହାସହ ମୋଟ ଦୁଇଟି ରାଉଣ୍ଡରେ ବିଜେଡି ୨୪୪୧ ଭୋଟରେ ଆଗୁଆ ରହିଛି ବିଜେଡି । ପ୍ରଥମ ରାଉଣ୍ଡରେ ବିଜେଡି ୪୦୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିକୁ ୨୬୪୯ ଖଣ୍ଡ ଭୋଟ ଓ କଂଗ୍ରେସକୁ ୭୬୬ ଖଣ୍ଡ ଭୋଟ ମିଳିଛି ।

gpkandhamal

ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ସୁରକ୍ଷା ବ୍ୟବସ୍ଥା ପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.