ବ୍ରହ୍ମପୁରରେ ଦୁର୍ଗା ପୁଜା ଗାଇଡଲାଇନ୍ ଜାରୀ କଲା ବିଏମସି

ବ୍ରହ୍ମପୁର,ଅକ୍ଟୋବର : ବ୍ରହ୍ମପୁର ଲାଗି ଦୁର୍ଗା ପୁଜା ଗାଇଡଲାଇନ୍ ଜାରୀ କଲା ମହାନଗର ନିଗମ । ନିର୍ଦ୍ଦେଶ ଅନୁସାରେ ପୁଜା ମଣ୍ଡପକୁ ୩ ପଟୁ ଢାଙ୍କି ପୁଜା କରିବାକୁ କୁହାଯାଇଛି ଏବଂ ଶ୍ରଦ୍ଧାଳୁମାନେ ମା’ଙ୍କ ମୂର୍ତ୍ତି ଦର୍ଶନ ନକରିବା ଭଳି ୪ର୍ଥ ପଟକୁ ମଧ୍ୟ ଢଙ୍କାଯିବ । ସେହିପରି ମାଙ୍କ ମୂର୍ତ୍ତି ର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ।  ମଣ୍ଡପରେ ଏକାକାଳୀନ ୍‌କର୍ତ୍ତା ଓ ପୁଜକଙ୍କୁ ମିଶାଇ ୫ ଜଣରୁ ଅଧିକ ରହିପାରିବେ ନାହିଁ । ମଣ୍ଡପରେ ଉପସ୍ଥିତ ଥିବା ସମସ୍ତ ଲୋକମାନେ କରୋନା ଗାଇଡ଼ଲାଇନ୍ କୁ ପାଳନ କରିବେ ।  କେବଳ ଏତିକି ନୁହେଁ ଭସାଣି ଶୋଭାଯାତ୍ରା ହେବ ନାହିଁ ଏବଂ ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ । ଯଦି ମଣ୍ଡପ ପରିସରରେ କରୋନା ଗାଇଡ଼ଲାଇନ୍ ଭଙ୍ଗ ହୁଏ ଏଥି ପାଇଁ ପୁଜା କମିଟି ଦାୟୀ ରହିବେ ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି । ବିଏମସି ଅଚଂଳରେ ନବରାତ୍ରି ଦାଣ୍ଡିଆ ପାଳନକୁ ମଧ୍ୟ ସପୁର୍ଣ୍ଣ ଭାବେ ନିଷେଦ କରାଯାଇଛି । 

gpkandhamal

ସୁଚନା ଅନୁସାରେ ବିଭିନ୍ନ ମନ୍ଦିରରେ ଆରମ୍ଭ ହୋଇଗଲାଣି ମା’ଙ୍କ ପୁଜାର୍ଚ୍ଚନା କାର୍ଯ୍ୟ ଆଉ କିଛିଦିନ ପରେ ମା’ ମଧ୍ୟ ଭକ୍ତାଳୁଙ୍କୁ ଦର୍ଶନ ଦେବାକୁ ବିଭିନ୍ନ ପୁଜା ମଣ୍ଡପରେ ଉଭାୟମାନ ହୋଇବେ । ଏହି ସମୟରେ କରୋନା ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ଏପରି ଗାଇଡଲାଇନ୍ ଜାରୀ କରିଛି ବ୍ରହ୍ମପୁର ମହାନଗର ନିଗମ । 

Umasankar Adv
Leave A Reply

Your email address will not be published.