ଅପରାଧିକ ସାମ୍ରାଜ୍ୟରେ ଲାଗିବ ରୋକ୍‌

ଭୁବନେଶ୍ୱର, ଅକ୍ଟୋବର ୫: ରାଜ୍ୟରେ ଦିନକୁ ଦିନ ଅପରାଧର  ଚେର ଲମ୍ବୁଥିବା ବେଳେ ପ୍ରତିଥର ପୋଲିସ୍ ର କାର୍ଯ୍ୟକାରିତାକୁ ନେଇ ଉଠୁଛି ପ୍ରଶ୍ନ ତେଣୁ ଅପରାଧ ଭିର୍ତ୍ତିକ ବିଭିନ୍ନ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ତତ୍ପର ହୋଇ ଉଠିଛନ୍ତି ସରକାର ।  ତେଣୁ ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍‌ଇନ୍‌ସପେକ୍ଟର ମାନେ ରହିବା ନେଇ ଏଭଳି ପ୍ରସ୍ତାବ କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ । 

gpkandhamal

ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ। କମିଶନରେଟ୍ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡି ମାନଙ୍କରେ ସଵ୍ ଇନସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ। ଯାହାଫଳରେ ଅପରାଧ ସାମ୍ରାଜ୍ୟରେ ରୋକ୍ ଲାଗିପାରିବ । 

Umasankar Adv
Leave A Reply

Your email address will not be published.