ରାଜ୍ୟକୁ ମାଡି ଆସୁଛି ଆଉ ଏକ ବାତ୍ୟା ବିପତ୍ତି

ଭୁବନେଶ୍ୱର, ଅକ୍ଟୋବର ୭ : ରାଜ୍ୟକୁ ମାଡି ଆସୁଛି ଆଉ ଏକ ବାତ୍ୟା ବିପତ୍ତି । ଉତ୍ତର ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଏଥିସହିତ ଆଉ ଏକ ଲଘୁଚାପ ୧୨ ତାରିଖ ସୁଦ୍ଧା ସୃଷ୍ଟି ହେବ । ଉଭୟ ଲଘୁଚାପ ମିଶି ଆଣ୍ଡାମାନ ଉପକୂଳରେ ୩ରୁ ୪ ଦିନ ରହି ବଳ ଗୋଟାଇବ । ଏହା ଧୀରେ ଧୀରେ ଘନୀଭୂତ ହୋଇ ଭୟଙ୍କର ବାତ୍ୟାରେ ରୂପାନ୍ତରିତ ହେବ । ଆସନ୍ତା ୧୪ ତାରିଖ ବେଳକୁ ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୟଙ୍କର ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି । ତେବେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟାର ନାମ ଜୱାଦ। ଏହାର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି । 

gpkandhamal

ଏହି ବାତ୍ୟାର ପ୍ରଭାବରେ ଗଞ୍ଜାମ , କୋରାପୁଟ , ମାଲକାନଗିରି , ମଧ୍ୟଦେଇ ଗଜପତି , ରାୟଗଡ଼ା , ନୟାଗଡ଼ , କନ୍ଧମାଳ ଆଦି ଜିଲାରେ ପବନ ସହିତ ପ୍ରବଳ ବର୍ଷା ହେବ । ବାତ୍ୟା ଯଦି ଏହାର ଗତିପଥ ପରିବର୍ତ୍ତନ କରିବ ତେବେ ପୁରୀ , ଜଗତ୍‌ସିଂହପୁର , କେନ୍ଦ୍ରାପଡ଼ା , ଯାଜପୁର , କଟକ ଆଦି ଜିଲାରେ ପ୍ରବଳ ପବନ ହେବା ସହ ବର୍ଷା ହେବ ବୋଲି ଅନୁମାନ କରାଯାଇଛି । ଦିନେ ଦୁଇଦିନ ମଧ୍ୟରେ ବାତ୍ୟାର ସ୍ଥିତି ଆସନ୍ତା ନେଇ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Umasankar Adv
Leave A Reply

Your email address will not be published.