ମୃତ ବ୍ୟକ୍ତିଙ୍କ ନାଁରେ ବୀମା ପଲିସି,୧କୋଟି ୧୮ ଲକ୍ଷ ଟଙ୍କା ଚଳୁ ଅଭିଯୋଗରେ LIC ଏଜେଣ୍ଟ ଗିରଫ

ଭୁବନେଶ୍ୱର, ଅକ୍ଟୋବର ୭ : ମଣିଷ ଏ ଦୁନିଆରେ ନାହିଁ ହେଲେ ସେମାନଙ୍କ ନାଁରେ ଅଛି କୋଟି କୋଟି ଟଙ୍କାର ବୀମା ପଲିସି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଝଡ଼ାକଟା ଗାଁରେ । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ କରୁଥିଲେ ଖୋର୍ଦ୍ଧା ଏଲଆଇସି କାର‌୍ୟ୍ୟାଳୟର ଏଜେଣ୍ଟ କବିରାଜ ବେହେରା । ଏହି ସମସ୍ତ ଠକେଇ ସେ ୨୦୧୩ରୁ ୨୦୧୯ ମଧ୍ୟରେ କରିଛନ୍ତି । ତାଙ୍କ ଘରୁ ମଧ୍ୟ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ ହୋଇଥିବା କଥା କୁହାଯାଉଛି । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ଖୋଳତାଡ ଚାଲିଛି ।

gpkandhamal

ଏହି ମାମଲାରେ ଜଣେ ଏଲଆଇସି ଏଜେଣ୍ଟକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତାଙ୍କ ଘର ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଝଡ଼ାକଟା ଗାଁରେ ବୋଲି ଜଣାପଡ଼ିଛି । ସୁଚନା ଅନୁସାରେ ଅତି ଚତୁରତାର ସହ ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ସେ ୨୩ଟି ବୀମା କରିଥିଲେ । ପଲିସିଗୁଡ଼ିକୁ ୨-୫ ବର୍ଷ ଯାଏ ସଚଳ ରଖି ପ୍ରିମିୟମ ଭରୁଥିଲେ କବିରାଜ । ଏହାପରେ ମିଛ ମୃତ୍ୟୁ ପ୍ରମାଣପତ୍ର ଦେଇ ବୀମା ରାଶି ପାଇଁ କ୍ଲେମ୍ କରୁଥିଲେ । ୫ଟି ପଲିସି ଉପରେ ଡେଥ୍ କ୍ଲେମ୍ ଦ୍ୱାରା ଏଲଆଇସି ୧ କୋଟି ୧୮ ଲକ୍ଷ ଟଙ୍କା ଦେଇଛି ।

Umasankar Adv
Leave A Reply

Your email address will not be published.