ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର, ଅକ୍ଟୋବର ୭ : ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣାର ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ । ମାନସିକ ଆଘାତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏନେଇ ସାଲେପୁର ବ୍ଲକ ପଶୁସମ୍ପଦ ଅଧିକାରୀ ବନବିଭାଗକୁ ରିପୋର୍ଟ ଦେଇଛନ୍ତି ।  ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ସେପ୍ଟେମ୍ବର ୨୪ ତାରିକରେ ଏହି ଅଘଟଣ ଘଟିଥିଲା । ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା । ସେହିପରି ୨୮ ତାରିଖରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଘଟଣାକୁ ନେଇ ତେବେ ହାତୀ ମୃତ୍ୟୁକୁ ନେଇ ପରିବେଶବିତ୍ ପ୍ରଶ୍ନ ଉଠାଇଛନ୍ତି । 

gpkandhamal

ସେହିପରି ମୁଣ୍ଡଳୀ ଟ୍ରାଜେଡିକୁ ଅନେକ ଦିନ ବିତିଗଲାଣି । ବୋଟ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ, ଓଡ୍ରାଫ୍ ବୁଡାଳି ସୀତାରାମ ମୁର୍ମୁଙ୍କ ଜୀବନ ଯାଇଛି । ତେବେ ଏହି ଘଟଣା ଘଟିବା ପରେ ଭୁଲ କେଉଁଠି ରହିଲା , ହାତୀ ଘଉଡାଇବାକୁ ଓଡ୍ରାଫ୍ ଟିମକୁ କିଏ ଡକାଇଥିଲେ , କଣ ପାଇଁ ବିଡ ନିୟନ୍ତ୍ରଣରେ ପୋଲିସ ବିଫଳ ହେଲା ଏମିତି ଅନେକ ପ୍ରଶ୍ନର ଏବେ ବି ରହସ୍ୟ ଘେରରେ ରହିଛି ।

Umasankar Adv
Leave A Reply

Your email address will not be published.