ଆଗକୁ ସଂକ୍ରମଣ ବଢିବାର ସମ୍ଭାବନା ରହିଛି

ଭୁବନେଶ୍ୱର : ସରିଛି ପାର୍ବଣ । କଟକଣା ମଧ୍ୟରେ ବି ଲୋକଙ୍କ ଭିଡ ବେଶ୍ ଯମିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ପାର୍ବଣ ପରବର୍ତ୍ତୀ ସମୟରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି । ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଧିରେ ଧିରେ କମି ଆସୁଥିବା ବେଳେ ପାର୍ବଣ ସମୟର ଗହଳି ଯେ ପୁଣି ଥରେ ସଂକ୍ରମଣ ବଢାଇପାରେ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ।ଏହାକୁ ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ପାର୍ବଣ ସମୟରେ ବହୁ ସ୍ଥାନରେ ଭିଡ ଦେଖିବାକୁ ମିଳିଥିଲା । ଲୋକମାନଙ୍କୁ ବାରମ୍ବାର ସତର୍କ କରାଯିବା ପରେ ବି କିଛି ଜାଗାରେ ଅସଚେତନତା ଦେଖିବାକୁ ମିଳିଥିଲା ଯାହାକୁ ନେଇ ଆଗାମୀ ଦିନ ମାନଙ୍କରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି

gpkandhamal

। ପାର୍ବଣ ପ୍ରକୃତରେ ସଂକ୍ରମଣ ବଢାଇଛି କି ନାହିଁ ତାହା ଆଗାମୀ ୭ରୁ ୮ ଦିନ ମଧ୍ୟରେ ଜଣାପଡିବ । ଆସନ୍ତା ସପ୍ତାହର ଦୈନିକ ସଂକ୍ରମଣର ଗ୍ରାଫ ଦେଖିବା ପରେ ହି ସ୍ପଷ୍ଟ ଯେ ରାଜ୍ୟରେ ପାର୍ବଣ ପରବର୍ତ୍ତୀ ସ୍ଥିତି କଣ ରହିଛି ।

Umasankar Adv
Leave A Reply

Your email address will not be published.