ପୁରୀ ସମୁଦ୍ରରୁ ମିଳିଲା ଭାସମାନ ପଥର

ପୁରୀ, ଅକ୍ଟୋବର ୧୮ : ପୁରୀ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଗୋଟିଏ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ହଁ ଆଞ୍ଜା ପୁରୀ ସମୁଦ୍ରରୁ ମିଳିଛି ଭାସମାନ ପଥର । ଯାହାକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା ।  ଏହି ପଥରକୁ କେହି କେହି ଶ୍ରୀରାମ ଶିଳା ବୋଲି କହୁଛନ୍ତି ତ ପୁଣି କେହି କେହି ଏହାକୁ ତ୍ରେତୟା ଯୁଗରେ ବନ୍ଧା ଯାଇଥିବା ସେତୁବନ୍ଧ ଶିଳା କହୁଛନ୍ତି । ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ କେତେକ ପୂଜା ସାମଗ୍ରୀକୁ ସମୁଦ୍ରରେ ବିସର୍ଜନ କରିବା ଲାଗି ଲୋକେ ଏକ ଅଟୋରେ ନେଇଯାଇଥିଲେ। ତେବେ ସମୁଦ୍ର କୂଳରେ ଏକ ପଥରଖଣ୍ଡ ଲହଡିରେ ମାଡ଼ ହେଉଥିବା ବେଳେ ଏହା ଭାସୁଥିବାର ଜଗନ ଦେଖିବାକୁ ପାଇଥିଲେ।

gpkandhamal

ସେ ଏହି ପଥରକୁ ଆଣି ଶ୍ରୀମନ୍ଦିର ସେବକ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ପ୍ରଦାନ କରି ଭାସୁଥିବା କଥା କହିଥିଲେ। ଏହାପରେ ଉଭୟେ ଏହି ପଥରକୁ ପରୀକ୍ଷା କରିବା ପାଇଁ ମାର୍କଣ୍ଡ ପୁଷ୍କରିଣୀ ନେଇଥିଲେ। ପୁଷ୍କରିଣୀ ପାଣିରେ ପଥରଖଣ୍ଡ ଭାସିଥିଲା । ଏ ନେଇ ସେମାନେ ଆଶ୍ଚର‌୍ୟ୍ୟପ୍ରକଟ କରିଥିଲେ।

Umasankar Adv
Leave A Reply

Your email address will not be published.