ପୁରୀରେ ଗୁଳିକାଣ୍ଡ

ପୁରୀ, ଅକ୍ଟୋବର ୨୦ : ଦାଦାବଟି ନ ଦେବାରୁ ପୁରୀରେ ଘଟିଛି ଗୁଳିକାଣ୍ଡ । ବ୍ୟାଙ୍କ କର୍ମଚାରି ଦାଦା ବଟି ନଦେବାରୁ ତାଙ୍କୁ ଗୁଳି କରିଛନ୍ତି ଦୁର୍ବତ୍ତ । ଏହି ସମୟରେ ସ୍ୱାମୀଙ୍କ ବଞ୍ଚାଇବାକୁ ଯାଇ ଗୁଳି ବାଜି ଆହାତ ହୋଇଛନ୍ତି ସ୍ତ୍ରୀ । ଆହାତଙ୍କୁ ଏବେ କଟକ ବଡ ମେଡିକାଲରେ ଭର୍ତ୍ତୀ କରାଯାଇଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦାଦାବଟି ମାଗିବାକୁ ନେଇ ଗୁଳିକାଣ୍ଡ ହୋଇଥିଲା । ବ୍ୟାଙ୍କ କର୍ମଚାରି ଜିତେନ୍ଦ୍ର ସାହୁ ନରେନ୍ଦ୍ର କୁଳ ଅଞ୍ଚଳର ବାସିନ୍ଦା ଅଟନ୍ତି । ତେବେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ବାରମ୍ବାର ଦାଦାବଟି ମାଗିବାର ଅଭିଯୋଗ ସେ କରିଛନ୍ତି । ବାରମ୍ବାର ଏହି ଘଟଣାକୁ ଏଡାଇ ଚାଲିବା ପରେ ଗତକାଲି ଏହାକୁ ନେଇ ଘଟିଛି ଗୁଳିକାଣ୍ଡ । 

gpkandhamal

ଗତକାଲି ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ରାତିରେ ଦୁର୍ବତ୍ତମାନେ ଆସି କବାଟ ବାଡେଇ ଥିଲେ । ଏହା ପରେ ସେମାନେ ଗୁଳିକରିଥିଲେ । ତେବେ ସ୍ୱାମୀଙ୍କୁ ବଞ୍ଚାଇବକୁ ଯାଇ ସକୁନ୍ତଳାଙ୍କ ଦେହରେ ଗୁଲି ବାଜିଥିଲା । ପୁରୀ ଡାକ୍ରଖାନାରେ ପ୍ରଥମେ ଚିକିତ୍ସା ହେବା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଏହା ପରେ ଦୁର୍ବତ୍ତମାନେ ଅନ୍ୟଦୁଇ ତିନିଜଣଙ୍କୁ ଦାଦାବଟି ମାଗି ଆତଙ୍କ ସୃଷ୍ଟି କରିଥିଲେ । ମାଟି ତୋଟା ଅଞ୍ଚଳରେ ମା ପୁଅଙ୍କୁ ଆକ୍ରମଣ କରି ହାଣିଛନ୍ତି ଦୁର୍ବତ୍ତ । ତେବେ ପୁରୀ ବଃଳି ଐତିହ ସହରରେ ଏଭଳି ମରଣାନ୍ତକ ଆକ୍ରମଣ ଜିଲ୍ଲାର ଆଇନ ଶୃଙ୍ଖାଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Umasankar Adv
Leave A Reply

Your email address will not be published.