ଆଜି ମମିତାଙ୍କ ପରିବାରକୁ ଭେଟିବେ ରଣଦୀପ ସୂର୍ଯ୍ୟୋୱାଲା

ଭୁବନେଶ୍ୱର, ଅକ୍ଟୋବର ୨୮: ମମିତା ମେହେର ହତ୍ୟା ଘଟଣାକୁ ନେଇ ବର୍ତ୍ତମାନ କଂଗ୍ରେସ ଏବଂ ଭାଜପାର କେନ୍ଦ୍ରୀୟ ନେତା ଓଡ଼ିଶାକୁ ଆସୁଛନ୍ତି । ଏହି କ୍ରମରେ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟୋୱାଲା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସୂର୍ଯ୍ୟୋୱାଲା ସକାଳ ୯ଟାରେ ପହଞ୍ଚିବା ପରେ କଣ୍ଟାବାଞ୍ଜି ଯାଇ ସେଠାରୁ ମମିତାଙ୍କ ପରିବାରକୁ ଭେଟିବାକୁ ଯିବେ । ତାଙ୍କ ସହ ଏଆଇସିସି ସମ୍ପାଦକ ପ୍ରଣବ ଝା , ରୁଦ୍ର ରାଜୁ , ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଯିବେ । ସେଠାରୁ ଫେରି କଂଗ୍ରେସ । ଭବନଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । 

gpkandhamal

ସେହିପରି ଭାଜପା କେନ୍ଦ୍ରୀୟ ଦଳ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡାଙ୍କ ନିର୍ଦ୍ଦେଶରେ ମମିତାଙ୍କ ପରିବାରକୁ ଭେଟିବା ପାଇଁ ଆସୁଥିବା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସୂଚନା ଦେଇଥିଲେ । ତେବେ ଭାଜପା ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବନିତା ଶ୍ରୀନିବାସନଙ୍କ ନେତୃତ୍ବରେ କେନ୍ଦ୍ରୀୟ ଟିମ୍ ୨୯ ତାରିଖରେ ଓଡ଼ିଶା ଆସିବେ । ଏହି ହତ୍ୟାକାଣ୍ଡର ତଥ୍ୟ ସଂଗ୍ରହ ଲାଗି ବନିତାଙ୍କ ସହ ସୁନିତା ଦୁଗଲ ଏବଂ ବିଧାୟିକା ରୂପା ମିତ୍ର ଚୌଧୁରୀ ମଧ୍ୟ ଆସୁଥିବା ସୂଚନା ମିଳିଛି ।

Umasankar Adv
Leave A Reply

Your email address will not be published.