ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ ପ୍ରଦୀପ ମାଝି

ନବରଙ୍ଗପୁର, ଅକ୍ଟୋବର ୨୯: ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯର୍୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ ସେ ବିଜେଡିରେ ଯୋଗ ଦେଉଥିବା ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ । ଏହି ମିଶ୍ରଣ ପର୍ବ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେବାର ଖବର ମଧ୍ୟ ଶୁଣିବାକୁ ମିଳୁଛି। 

gpkandhamal

ପ୍ରଦୀପଙ୍କ ସହିତ ତାଙ୍କର ନିକଟତମ ସହଯୋଗି ଏବଂ ବିଜେଡିର ସ୍ଥାନୀୟ ବିଧାୟକ , ଏମ୍‌ପି ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ନିଜର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି । ପ୍ରଦୀପ ଅକ୍ଟୋବର ୨୨ରେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟରେ କଂଗ୍ରେଶ ଦିନକୁ ଦିନ ନିଜର ଅମାନତ ହରାଉଥିବା ବେଳେ ଧିରେଧିରେ ଲୋକଙ୍କ ମଧ୍ୟରେ ଗ୍ରହଣିୟତା ମଧ୍ୟ ହ୍ରାସ ପାଉଛି । ତେବେ ନିଜର ଭବିଷ୍ୟତ ପାଇଁ ପ୍ରଦୀପ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି ।

Umasankar Adv
Leave A Reply

Your email address will not be published.